ଆଜିକାଲି ଚିଠି ଲେଖିବା ବା ଦେଖିବା ସାତ ସପନ ହେଇ ଗଲାଣି । ଚିଠି ଲେଖିଲେ ମଧ୍ୟ କେତେବେଳେ ତାହା ପହଂଚୁଛି ତ କେତେବେଳେ କୁଆଡେ ଗାଏବ ହେଇ ଯାଉଛି । କେତେଜଣ ଖବର କାଗଜ ଆଉ ମତାମତ ଦେବାକୁ ଏହି ଚିଠି ଲେଖା ପରମ୍ପରାକୁ ବଞ୍ଚେଇ ରଖିଛନ୍ତି । ସେଥିରେ ପୁଣି କେତେବେଳେ ପୋଷ୍ଟ ଅଫିସରେ ପୋଷ୍ଟ କାର୍ଡ ମିଳୁଛି ତ କେତେବେଳ ମିଳୁନି ।
ଆଜିକାଲି ଏହି ଫେସବୁକ,ହ୍ଵାଟ୍ସଆପ ଯୁଗରେ କିଏବା କାହିଁ ଚିଠି ଲେଖିବ । ଆଜିକାଲି ଏହି ଅନଲାଇନ୍ ଯୁଗରେ ଚିଠି ଲେଖିବା ଏକ ପ୍ରକାର ସପନ ହୋଇଗଲାଣି । ଯେତେବେଳେ ହ୍ଵାଟ୍ସଆପ ମେସେଞ୍ଜରରେ ସଙ୍ଗେସଙ୍ଗେ ଖବର ସବୁ ଜାଣି ହେଉଛି କିଏ ବା କାହିଁ ଚିଠି ଲେଖି ଅପେକ୍ଷା କରିବ । ହେଲେ ସମସ୍ତେ କଣ ଜାଣିଛନ୍ତି ଯେ ଅପେକ୍ଷାର ଫଳ ବହୁତ ମିଠା ।
ଚିଠି ଭିତରେ ପ୍ରେମ ଚିଠିର କଥା ଟିକେ ନିଆରା । ନାଲି, ନେଳି, ହଳଦିଆ ରଙ୍ଗ ଭରା କାଗଜରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ଯାଇଥିବ । ଆଉ ଖୋଳର ଉପରଟି ସୁନ୍ଦର ଭାବରେ ସଜା ଯାଇଥିବ । ପାନ ପତରରେ ତୀର ମରାଯିବାର ଛବିଟିଏ ଥିବ । ସେତେବେଳେ ହଁ ନାଁ କହିବା ଆଗରୁ ଚିଠିଟିକୁ ଧରୁ ଧରୁ ତାର ମଧୁର ସ୍ପର୍ଶରେ ଅଧା ପ୍ରେମ ହେଇଯିବ। ସ୍ୱପ୍ନ ଆଉ ଭାବନରୁ ହିଁ ପ୍ରେମ ଜାଗ୍ରତ ହୋଇଥାଏ । ଚିଠିର ଅକ୍ଷର ଆଉ ଶବ୍ଦ ସଂଯୋଜନା ଯଦି ସୁନ୍ଦର ହୋଇଥିବ ଜଣଙ୍କୁ ଭାବିବାକୁ ବା ସ୍ୱପ୍ନ ଦେଖିବାକୁ ବାଧ୍ୟ କରିବ । ଆଉ ଆପେ ଆପେ ତାକୁ ପ୍ରେମ ହେଇଯିବ ।ରାଜା ସେତେବେଳେ କଲେଜରେ ପଢୁଥାଏ । ସେଦିନ ଥିଲା କଲେଜର ଅନୁଆଲ ଫଙ୍କସନ । ସେଇଠି ତାର ଦେଖା ହୋଇଥିଲା ଦୀପା ସହିତ । ଦୀପା ସେଦିନ ଏକକ ଅଭିନୟରେ ଭାଗ ଦେଇଥିଲା । ଏକ ଦମଦାର୍ ବିଷୟକୁ ନେଇ ଅଭିନୟ କଲା ସେ । ଆଜିକାଲି ଶିକ୍ଷିତ ବୋହୂମାନେ ଆଧୁନିକତା ନାମରେ କେମିତି ନିଜର ସ୍ଥିତିକୁ ଭୁଲି ନିଜର ଶାଶୂ ଶଶୁର ପ୍ରତି ଅବହେଳା କରୁଛନ୍ତି । ତାକୁ ନେଇ ସେ ଅଭିନୟ କରିଥିଲା 'ଶାଶୂ ଘରେ ବୋହୂର ଭୂମିକା' ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା । ତାର ଏହି ଅଭିନୟ ଦେଖି ରାଜା ତା ପ୍ରତି ଆକର୍ଷିତ ହୋଇ ପଡ଼ିଥିଲା । ତା ଅପେକ୍ଷା ତାର ସେଇ ଶାନ୍ତ ସରଳ କଥା ବର୍ତା ,ହସ ହସ ମୁଂହ ଆଉ ତାର ଗୋରା ତକ ତକ ସୁନ୍ଦର ଚହେରାରେ ଥିବା ଚଳ ଚଞ୍ଚଳ ଚାହାଣୀ କୁ ଦେଖି ସ୍ୱପ୍ନ ରାଇଜରେ ହଜି ଯାଇଥିଲା । ତାକୁ ବେଶି ମୋହିତ କରିଥିଲା ଦୀପାର ଦୀର୍ଘ ପତଳା ତନୁରେ ସାଜିଥିବା ନାଲି ଶାଢ଼ୀ ପିନ୍ଧି ଥିବା ବଧୂବେଶ । ଶାଢୀରେ ଦୀପା ବହୁତ ସୁନ୍ଦର ଦେଖା ଯାଉଥିଲା । କେଜାଣି କାହିଁକି ସେହି ଦିନରୁ ରାଜାକୁ ପ୍ରେମ ହୋଇଗଲା । ହେଲେ କେମିତି ପ୍ରକାଶ କରିବ ନିଜର ପ୍ରେମ ଭାବନାକୁ ? କେମିତି କହିବ ଦୀପାକୁ ମୁଁ ତୁମକୁ ଭଲପାଏ ? ବହୁତ ଥର ଚେଷ୍ଟା କରିଛି ମୁହାଁମୁହିଁ କହିଦେବ ବୋଲି କିନ୍ତୁ ପାରିନି । ମନରେ ଗୋଟିଏ ଭୟ ଥାଏ । ଯଦି ଦୀପା ମନା କରିଦିଏ ?
ରାଜା ସେତେବେଳକୁ ଏକ କବିର (କାଳ୍ପନିକ) ମାନ୍ୟତା ପାଇ ସାରିଥିଲା । ଅନେକ ପତ୍ରପତ୍ରିକା ଆଉ ଖବରକାଗଜ ମାନନଙ୍କରେ ତାର ଲେଖା ମାନ ପ୍ରକାଶିତ ହୋଇ ସାରିଥିଲା। ତେଣୁ ଲେଖାଲେଖି ପ୍ରତି ତାର ରୁଚି ଥିଲା । ଭାବିଲା ଦୀପା କୁ ଚିଠି ଲେଖି ଜଣେଇ ଦେଵ । ସେଥିପାଇଁ ପ୍ରେମପତ୍ର ଲେଖା କାଗଜ କିଣିଲା ଯେଉଁ କାଗଜରେ ୱାଟର ମାର୍କ ଥିଲା ହୃଦୟକୁ ତୀର ମାରୁଥିବାର ଛବି ।
ଗୋଟେ ଚିଠି ଲେଖିବାକୁ ଅନେକ ରାତି କାଟିଦେଇଛି । ଅନେକ କାଗଜ ଚିରି ଦେଇଛି । ଏତେ କବିତା ଲେଖି ସାରିଥିଲେ ବି କେବେବି ତାର କଲମ ତାକୁ ଏତେ ଧୋକା ଦେଇନଥିଲା । ଯାହା ଗୋଟେ ଚିଠି ଲେଖିବାରେ ଦେଉଛି । ବହୁତ ଦିନ ପରେ ସେ ଚିଠିଟେ ଲେଖିଛି । ସୁନ୍ଦର ସୁନ୍ଦର ଶବ୍ଦର ସମାହାର ହୋଇଛି ଚିଠିରେ । ଲେଖି ସାରିବା ପର ଠାରୁ ଅତି କମରେ ଶହେ ଥର ପଢି ସାରିଲାଣି । ଲେଖାଟି ଯେମିତି ତାର ମୁଖସ୍ତ ହୋଇ ଗଲାଣି । ଚିଠିରେ ଅନେକ କବିତାର ଛନ୍ଦ ମଧ୍ୟ ଭରି ଦେଇଛି ସେ ।
ଅନେକ ଥର ଚିଠିଟିକୁ ନେଇ କଲେଜ ଯାଇଛି । ହେଲେ ଦେଇ ପାରିନି । ବହୁତ ଦିନ ପରେ କାଲି ସେ ଦୀପାର ସାଙ୍ଗ କୁ କହିଥିଲା ମୁଁ କାଲି ଗୋଟେ ଜିନିଷ ଦେବି ଟିକେ ଦୀପା କୁ ଦେଇଦେବ । ତା ଅନୁମତି ପାଇ ଅତି ଯତ୍ନର ସହିତ ରାଜା ଆଜି ଚିଠିଟିକୁ ଧରି ଆସିଛି । ଶେଷ ଥର ପାଇଁ ଚିଠିଟିକୁ ଖୋଲି ପଢୁଛି ।
ପ୍ରିୟ ଦୀପା ,
ତୁମକୁ ଗୋଟେ କଥା କହିବି ,କହିବି ଭାବି ମଧ୍ୟ ଆଜି ଯାଏ କହି ପାରିଲିନି । ବହୁତ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି । ତୁମକୁ କହିବାକୁ ଅନେକ କିଛି ଭାବିଥାଏ କେଜାଣି କାହିଁକି ତୁମକୁ ଦେଖିଲା ମାତ୍ରେ ସବୁ କିଛି ଭୁଲିଯାଏ । ତୁମକୁ କେମିତି ବା କହିଥାନ୍ତି ।
ଆଖି ପଲକରେ ତୁମେ ତ ରହିଛ
ସ୍ଵପ୍ନ ଝଲକରେ ତୁମେ...!!
ମୋ ସଞ୍ଜ ସକାଳ ତୁମଠୁଁ ଆରମ୍ଭ
ଶେଷ ବି ତୁମରି ନାମେ....!!!
ହୃଦୟରେ ମୋର ଘରଟିଏ କରି
ତୁମେ ତ ଯାଇଛ ରହି...!!!!
ସବୁ ରାତିଦିନ ଵିତୁଛି ମୋହର
ତୁମରି ପଥକୁ ଚାହିଁ....!!
ମୁଁ ଜାଣିନି କେମିତି ଆଉ କେତେବେଳେ ତୁମ ପ୍ରେମରେ ପଡ଼ିଗଲି । ହେଲେ ଏବେ ମୁଁ ତୁମ ପ୍ରେମରେ ଏତେ ପାଗଳ ଯେ କେତେବେଳେ ନିଜ ଛବି ଦେଖିବାକୁ ଆଇନା ଆଗରେ ଠିଆ ହୋଇଗଲେ କେଜାଣି କାହିଁକି ମୋତେ ତୁମରି ଛବି ଦେଖା ଯାଉଛି । ଦୁନିଆ ଆଜି ମୋତେ ପାଗଳ ପ୍ରେମୀ କହୁଛି । କାହିଁକିନା ମୁଁ ତୁମକୁ ଭଲ ପାଉଛି ।
ଜାଣିନି କେମିତି ଭଲ ପାଇଗଲି
କେତେବେଳେ ପ୍ରେମ ହେଲା
କିଏ ଆସି ପୁଣି ହୃଦୟରେ ମୋର
ତୁମ ନାମ ଲେଖିଦେଲା ।
ଏତିକି କଥା କହିବାକୁ ମୋର ସାହସ ପାଇନି । କାଳେ ତୁମେ ରାଗିଯିବ ଆଉ ମୋର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବ। ହେଲେ ମୁଁ ଜାଣିଛି ଜୋର ଜବରଦସ୍ତି ପ୍ରେମ କରାଯାଏନା । ପ୍ରେମ ହୃଦୟରୁ ଜାତ ଏକ ମୂଲ୍ୟବାନ ବସ୍ତୁ । ସେଥିପାଇଁ ମୁଁ ତୁମ ସାଙ୍ଗ ଜରିଆରେ ତୁମକୁ କହିବାକୁ ଚାହିଁଲି । ମୋତେ ଭୁଲ୍ ବୁଝିବନି ।
ଚିଠି ପଢୁ ପଢୁ ଦୀପାର ସାଙ୍ଗ ଆସି ରାଜାକୁ କହିଲା । ରାଜା ତୁମେ ଦେବାକୁ ଚାହୁଁଥିବା ଗିଫ୍ଟ ବୋଧେ ଦୀପା ଭାଗ୍ୟରେ ନାହିଁ । କାଲି କଲେଜରୁ ଫେରିବା ବେଳେ କେତେଜଣ ମାଂସ ଲୋଭୀ ରାକ୍ଷସ ମାନେ ତାକୁ ଦୁଷ୍କର୍ମ (କାଳ୍ପନିକ) କଲା ପରେ ଜୀବିତ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପୋଲ ତଳେ ଫିଙ୍ଗି ଦେଇଛନ୍ତି । ଯେତେବେଳେ ସେ ରାକ୍ଷସ ମାନେ ତାକୁ ଜୀବିତ ଅବସ୍ଥାରେ ଖଣ୍ଡ ଖଣ୍ଡ କରି କାଟିଥିବେ ତାର ଦେହରୁ କେତେ ଯେ ରକ୍ତ ବହି ନ ଥିବ ସେ କଷ୍ଟ କୁ ସହି ନ ପାରି ଟିକେ ଦୟା ପାଇ ସେ କେତେ ବା ଯନ୍ତ୍ରଣାର ସହ ଚିତ୍କାର କରି ନ ଥିବ। ବିଚାରି ଟିକୁ ବହୁତ କଷ୍ଟ ଦେଇଥିବେ ସେ ମାଂସ ଲୋଭୀ ରାକ୍ଷସ ମାନେ ତାକୁ କଷ୍ଟ ହୋଇଥିବ ଯେତେବେଳେ ଏହି ରାକ୍ଷସ ମାନେ ତାର ଶରୀର ସହ ଏପେରି ଦୁଷ୍କର୍ମ କରି ତାର ଜିଆନ୍ତା ଶରୀର କୁ ଏପରି ଦୟାନିୟ ଭାବେ ଖଣ୍ଡ ଖଣ୍ଡ କରି କାଟିଥିବେ ।ମୁଁ ତା ପାଇଁ ବହୁତ ଦୁଃଖୀ।
ଏହା ଶୁଣି ରାଜାର ପାଦତଳୁ ମାଟି ଖସି ପଡ଼ିଲା । ଆଉ ତାର ଆଖିରୁ ବୋହିଗଲା କେଇବୁନ୍ଦା ଲୁହ । ଆଉ ତାର ପ୍ରେମ ଚିଠି ସେମିତି ସବୁ ଦିନ ପାଇଁ ବନ୍ଦ ଲଫାଫା ଭିତରେ ରହିଗଲା ।ତା ଆଖି ଲୁହରେ ଭିଜି ଯାଇଥିଲା ଚିଠି!!!! !! ସେ ବନ୍ଦ ଲଫାପା ଆଜି ଭି ଦୀପା ର ଅପେକ୍ଷାରରେ ରହିଛି ଆଉ ରାଜା ଏବେ ଭି ପ୍ରତି ଦିନ ସ୍ମଶାନ କୁ ଯାଇ ଦୀପା ସମାଧି କୁ ଚାହିଁ କାନ୍ଦି କାନ୍ଦି ଅନୁରୋଧ କରୁଛି କି ଥରଟିଏ ସେ ତା ପାଖକୁ ଫେରି ଆସି ସେଇ ଲଫାପା ଟିକୁ ଥରଟିଏ ହେଲେ ପଢୁ।
( The End )
ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର


0 Comments