ମେଘ ଛନ ଛନ ଆକାଶରେ
କଳା ବାଦଳର ପ୍ରେମଭରା ଭାବ
ବର୍ଷାର ସେ ଅସୁମାରୀ ଚାହାଣୀ
ସଭିଙ୍କ ମନରେ ଭରିଦିଏ ଅନୁରାଗ......!!
ବର୍ଷାର ସେ ଆଗନ୍ତୁକ ଆଗମନ
ନୀଳ ସବୁଜ ଜୀମାରେ ଭରିଯାଏ
ଆନନ୍ଦ, ଉଲ୍ଲାସର ଲହରୀ ବନ
ସତେକି ଧରିତ୍ରୀ ପିନ୍ଧିଚି ନୀଳ ବସନ......!!
ବର୍ଷା ରାଣୀର ପାଦ
ଯେବେ ପଡି ଯାଏ ଏ ମାଟିରେ
ଆମ କୃଷକ ଭାଇର ମନ ହୁଏ ପୂଲ୍ଲକିତ
ଖୁସିରେ ଯାଏ ସେ ଲୋଟିରେ.......!!
ବର୍ଷା ରାଣୀର ମିଠା ଚାହାଣି
ବଖାଣେ ବର୍ଷା ପାଣିର କାହାଣୀ
ଶୁଖିଲା ଭୂଇଁରେ ଟୋପାଏ ବିନ୍ଦୁ
ଗଢି ହୋଇଯାଏ ଜଳର ସାଗର ,ସିନ୍ଧୁ.......!!
ବର୍ଷାର ସେ ବୋଝିଲ କାୟା
ବୁଝି କି ପାରିବ ତାହାର ମାୟା
ତୃଷ୍ଣାରେ ଯେ ହୁଏ ନିରାଶ
ଜଳ ଢାଳି ତାକୁ ବର୍ଷା କରେ ସରସ.....!!
ମଧୁସ୍ମିତା ସେନାପତି
ଫୁଲନଖରା , କଟକ
0 Comments