ଯିଏ ସାତ ଜନମକୁ
ବାନ୍ଧିଲା ଆମକୁ
ବରକରି ମୋତେ,ତୋତେ କନିଆଁ
ତୁ ମୋର କାୟା
ମୁଁ ଯେ ତୋର ଛାୟା
ସାକ୍ଷୀ ଏକା ବେଦି ହୋମର ନିଆଁ
ମୁଁ ତୋ ପାଇଁ
ତୁ ଯେ ମୋ ପାଇଁ
ଲେଖିବା ଯେ ଦୁହେଁ ଆମରି ଗପ
ଦୁଇ ଦେହ ଦୁଇ ମନ
ଏକ ହେଲା ସେହିଦିନ
ସାକ୍ଷୀ ସେହି ବାସର ରାତିର ଦୀପ
ଜୀବନ ଆକାଶେ ମୋ
ଉଇଁଗଲା ଚାନ୍ଦ
ଯେବେ ଗଭାରୁ ଖୋଲିଲି ଓଢଣୀ
ତୁ ଚାହିଁଲୁ ମୋତେ
ମୁଁ ଚାହିଁଲି ତୋତେ
ଲେଖାହେଲା ଗୋଟେ ନୂଆ କାହାଣୀ
ଦେବବ୍ରତ ଦାଶ ,ବାପି.
ମୁଣ୍ଡହତା , ଉତ୍ତରକୂଳ , ପ୍ରୀତିପୁର , ଯାଜପୁର.
ମୋ -: ୭୭୮୯୯୫୬୨୦୮


0 Comments