ତୋ ଆଙ୍ଗୁଠି ଧରି ମୁଁ ବାଟ ଚାଲି ଶିଖିଛି
ତୋ କୋଳରେ ମୁଁ ସ୍ୱର୍ଗ ସୁଖ ପାଇଛି
ତୋ କୋଳ ଯେବେ ଛାଡ଼ିଲି,
ସତ ମିଛ ଦୁନିଆକୁ ଦେଖିଲି
ତୁ ଏକା ନିଜର ଆଉ ସବୁ ସ୍ୱାର୍ଥପର
ସେତେବେଳେ ବୁଝିଗଲି।।
ତୁ ଦିନରାତି କାମ କରିଛୁ,
ହେଲେ କେବେ ଥକିନୁ
ସବୁ କିଛି ସହି ସୁଦ୍ଧା
କେବେ ଆପତ୍ତି କରିନୁ।।
ତୋ ଡାକ ଶୁଣିବା ପରେ,
ଜାଣିଲି ତା ଠାରୁ ମଧୁର ଆଉ କିଛି ନାହିଁ
ମା ତୋ ବିନା ମୋ
ଜୀବନର କିଛି ମୂଲ୍ୟ ନାହିଁ।।
ଈଶ୍ୱର ଙ୍କ ସୃଷ୍ଟି ରେ ତୁ
ଏକ ସୁନ୍ଦର ଉପହାର
ମା ତୁ ମୋ ପାଇଁ ଦେବି
ସ୍ଵରାପିଣୀ ଚଳନ୍ତି ଠାକୁର।।
ମା ତୋର କେତେ ନାଁ, ମାତା,
ଗର୍ଭଧାରିଣୀ, ଜନନୀ
ଦୁନିଆର ସବୁ ଶବ୍ଦ ସରିଯିବ,
ହେଲେ ତୋ କଥା ବର୍ଣ୍ଣନା କରିହବନି।।
ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା
ସାଲେପୁର, କଟକ


0 Comments