ଆପଣା ମହକେ ମହକାଇ ମତେ
କରାଇଲେ ସୁବାସିତ
ଦୁନିଆ ବୁକୁର ଅଭିନୟ ସ୍ଥଳେ
ଆପଣ ତୋ ଏକା ସତ।
ଗୁରୁଙ୍କ ମାର୍ଗକୁ ଆପଣାଇ ନେଲେ
ଜୀବନ ହୁଏ ସୁନ୍ଦର
ଗୁରୁଙ୍କ ବିନା ଆଗକୁ ବଢ଼ିଲେ
ଜୀବନର ନାହିଁ ସାର।
ଗୁରୁଙ୍କ ମହିମା ଗୁରୁଙ୍କ ଗାରିମା
କେ ସାରିପାରିବ କହି
ବିଶ୍ଵ ଥିବା ଯାଏ ପୂଜା ପାଉଥିବେ
ଦେବତାଙ୍କ ସମହୋଇ।
ଆପଣ ଯେବେ ବୁଝାନ୍ତି ମୋତେ
ସେତେବେଳେ ମୁଁ ବୁଝିନି
ଆଜି ଯେବେ ବୁଝି ଆପଣଙ୍କୁ ଖୋଜେ
ଆପଣଙ୍କୁ ମୁଁ ପାଉନି
ଆପଣଙ୍କୁ ମୁଁ ପାଉନି......।
ସତୀସ୍ମିତା ଦାସ୍ ମହାପାତ୍ର


0 Comments