ଭିଜା ଶ୍ରାବଣ - ପ୍ରଫୁଲ୍ଲ ଚନ୍ଦ୍ର ପାଢୀ



ଭିଜା ଶ୍ରାବଣ

 ଶ୍ରାବଣ ରେ ଭିଜା ଭିଜା ମନ ॥

ମୟୂର ଚନ୍ଦ୍ରିକା ର ଫଗୁଣ ରେ

  ଗୀତ_ଗୀତ_ଯେତେ ସପନ  ॥

ମନେ ଅଛି ?

ରିମ଼ଝିମ଼ ସୁର

ସୁର ରେ ଉତ୍ତଳା ହୃଦୟ !

ଶତ କଦମ୍ବ ର ପାଖୁଡ଼ା ରେ

      ଭିଜା ଶ୍ରାବଣ

ମାଟି ଗନ୍ଧ ରେ ବତୁରା ଧାସ

     ଏତେ ଛନ ଛନ ।

ଗୋଲାପ ବଗିଚା ର ସୁଅ ରେ

   ମନ ଖେଳୁଚି ଦୋଳି

ସରାଗରେ_କନକନ ଫୁତ଼କାର ରେ ॥

ଝର ଝର ବର୍ଷା ର ଟୋପା ରେ

 ଉଡ଼ୁଚି ଚଢ଼େଇ

ଇଚ୍ଛା ର ତୀବ୍ର ଗତି ରେ ।

ଝୋ ଝୋ ବର୍ଷା ରେ

   ବିଛାଡ଼ି ହେଇ ପଡ଼ିଚି

  ଏତେ ସବୁ ରଙ୍ଗ !


    ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 କୋଲନରା ,ରାୟଗଡ଼ା ଜିଲ୍ଲା

Post a Comment

0 Comments