ମୋ ଗାଁ ମନ୍ଦିର - ଶୁଭଶ୍ରୀ ଦଲେଇ




ମୋ ଗାଁ ମନ୍ଦିର ମନ ମୁଗ୍ଧକର

        ସ୍ପର୍ଶେ ସାଜେ ପଲ୍ଲୀର ଗହଣା, 

ତା ମୋହେ ମୋହିତ ପାର୍ଶ୍ବ ଚତୁର୍ପାର୍ଶ୍ୱ

        ଭରେ ପ୍ରେମର ଭାବନା। ୧। 


ପ୍ରଭାତର ସେହି ଓଁକାର ଧ୍ବନି

        ଗୁଞ୍ଜରିତ ହୁଏ  ଯେବେ, 

ସୂର୍ୟ୍ଯଙ୍କର ସେହି ସୁନେଲୀ କିରଣ

           ଧ୍ବଜା ଛୁଇଁଯାଏ ସେବେ। ୨। 



ଘଣ୍ଟ ଘଣ୍ଟି ଆଉ ମ୍ଋଦଙ୍ଗର ତାଳ

    ଉଦବେଗ ଖେଳାଏ ସର୍ବତ୍ର, 

ଶଙ୍ଖନାଦ ଆଉ ମନ୍ତ୍ରଉଚ୍ଚାରଣ

      କରେ  ସ୍ଥାନକୁ  ପବିତ୍ର। ୩। 


ପୁଷ୍ପେ ବିଭୂଷିତ ପ୍ରତିମାଙ୍କ ରୂପ

           ନୈବେଦ୍ଯ, ଧୂପ, ଚନ୍ଦନ, 

ପୁଲକିତ ଚିତ୍ତ ସେ ରୂପ ଦର୍ଶନେ

        ଆତ୍ମେ ଭରିଦିଏ ପ୍ରାଣ। ୪। 


ସନ୍ଧ୍ଯାର ଆଳତି ମୋ ଗ୍ରାମର ଶାନ୍ତି

         କାମନା କରାଉ ଥାଏ, 

ଭାଗବତ ସ୍ବରେ ହ୍ଋଦୟ ବିଭୋର

       ଅତୀତର ଗାଥା ଗାଏ। ୫। 


ଧନ୍ୟ ମୋର ଗ୍ରାମ,ଧନ୍ଯ ମୋ ମନ୍ଦିର

            ଧନ୍ଯ ବାବା ଭଟ୍ଟେଶ୍ବର, 

ତାଙ୍କରି କରୁଣା ଅଖଣ୍ଡ ଅପାର

        ସ୍ବୟଂ  ସର୍ବ ଶକ୍ତିର ଆଧାର

.... ସ୍ବୟଂ  ସର୍ବ ଶକ୍ତିର ଆଧାର। ୬। 



ଶୁଭଶ୍ରୀ ଦଳେଇ

ଉଦଳା ,ମୟୂରଭଞ୍ଜ

Post a Comment

0 Comments