କାନ୍ତ କବି - ଅଶୋକ କୁମାର ପ୍ରଧାନ


 ଘୁମାର୍ତ୍ତ ପୃଥିବୀ ସମୟ ଚକ୍ରରେ 

ଘୁରୁଅଛି କେଉଁ କାଳୁ, 

ମାନବ ଦାନବ ଯକ୍ଷ କିନ୍ନର

ସୃଷ୍ଟିର ଅବହେଳୁ  ll


ଧନ୍ୟ ତିହିଡ଼ି ତାଳପଦା ଗ୍ରାମ 

ପୁଣ୍ୟ ଭଦ୍ରକ ଜିଲ୍ଲା, 

ସଂଗ୍ରାମୀ କବି ଲକ୍ଷ୍ମୀକାନ୍ତ ଙ୍କ 

ଶୁଭ ଆଜନ୍ମ ଲୀଳା  ll


ଲକ୍ଷ୍ମୀ ପୂଜାରେ ପିତା ଭାଗବତ 

ମାତା ରାଧାମଣୀ କୋଳେ, 

ଭୂମିସ୍ଥ ହୋଇଲେ ଯୋଗଜନ୍ମା କବି 

ସ୍ଵର୍ଣ୍ଣ ପ୍ରସବିନୀ କୋଳେ  ll


କାନ୍ତକବି ରୂପେ ବିଶ୍ବେ ପୂଜିତ 

ମହାନ ସଂଗ୍ରାମୀ କବି, 

ଶିରା ପ୍ରଶିରାରେ ଜାତୀୟତା ବୋଧ 

ଲେଖନୀରେ ପ୍ରତିଛବି   ll


ସାହିତ୍ୟାୟନ ଦୁଇ ଖଣ୍ଡ ମଧ୍ୟେ 

ପ୍ରକାଶିତ ସବୁ ଲେଖା, 

ଦ୍ୱିତୀୟ ଭାଗଟି ପଢିଲେ ଜାଣିବା 

ଥିଲା କେତେ ଜାତୀୟତା ll


ପ୍ରଳୟ ଦୁନ୍ଦୁଭି, ଆର୍ଯ୍ୟ ବାହିନୀ,

ଉନ୍ମାଦ, ବିଜୟ ବନ, 

ଜାତୀୟ ପତାକା ସମର ସଙ୍ଗୀତ 

ଏ ଦେଶ ତାଙ୍କ ସୃଜନ ll


କଣାମାମୁଁ ବୁଢ଼ା ଶଙ୍ଖାରି ଆଜି ବି 

ଘରେ ଘରେ ପରିଚିତ, 

ଡିମ୍ବକ୍ରେସି ସଭା, ସମସ୍ୟା ହନୁମନ୍ତ

ବସ୍ତ୍ରହରଣ ନାଟକ ll


ଡଗର ପତ୍ରିକା ପ୍ରତିଷ୍ଠାତା ଶେଷେ

କୁଷ୍ଠ ବ୍ୟାଧିରେ ବାଧିତ, 

ଜମିଦାରୀ ଗଲା ଅର୍ଥ ଅନାଟନେ

ସେପାରିରେ ଲକ୍ଷ୍ମୀକାନ୍ତ   ll


ଝୁରୁଛି ଉତ୍କଳ ଆହୁରି ଝୁରିବ 

ତୁମ ସ୍ମୃତି ର ଆଲେଖ୍ୟେ, 

ଆଉ ଥରେ ପୁଣି ନିଅ ହେ ଜନମ 

ଏହି ଓଡ଼ିଶାର ବୁକେ ll


ଅଶୋକ କୁମାର ପ୍ରଧାନ 

ତର୍କାବେଡା, କଡଲା 

ଜିଲ୍ଲା - ଢେଙ୍କାନାଳ

ମୋ - 9556666355 

Email - ashok80pradhan@gmail.com

Post a Comment

0 Comments