ରାକ୍ଷୀ - ତିଳୋତ୍ତମା ଦାସ

  


ରାକ୍ଷୀ ନୂହେଁ ସେତ ରକ୍ଷା ର କବଚ

ଭାଇ ହାତେ ଦେଲି ବାନ୍ଧି

ଯୁଗେ ଯୁଗେ ସୁଖୀ ରହୁ ମୋର ଭାଇ

ମୋ ରକ୍ଷା କବଚ ପିନ୍ଧି।। 

ଜଗତର ନାଥ ଜଗନ୍ନାଥ ତାକୁ

ଘଣ୍ଟ ଘୋଡେଇ ରଖନ୍ତୁ

ମୋ ସୁଖ ଆୟୁଷ,ମୋ ଧର୍ମ ବିଶ୍ବାସ

ତା ସାଥିରେ ଯୋଡି ଦିଅନ୍ତୁ।। 

ସ୍ନେହ ଥିବ ତୋର ମନରେ ମୋ ପାଇଁ 

କରିବୁନି ଅଭିମାନ 

ବିପଦେ ଆପଦେ ଛିଡା ହବୁ ଭାଇ 

ହୋଇ ମୋ ଢାଲ ସମାନ।। 

ପ୍ରଷ୍ପୁଟିତ ହେଉ ଭାଇ ଚଲାପଥ

ଏତିକି କାମନା ମୋର

ସବୁ ଜନମ ରେ ଜନମ ନବୁ ତୁ

ଭାଇ ହୋଇ ସଦା ମୋର।। 


ତିଳୋତ୍ତମା  ଦାସ 
ଭୁବନେଶ୍ବର 

Post a Comment

0 Comments