ଡାକେ ମାଆଁ ମାଟି କୋଳେଇ ଧନଟି
ସଜା ତୋର ହତିଆର
ତୋପ କମାଣର ଧ୍ବନିର ଘର୍ଘର
ହୁଅ ଏବେ ହୁସିଆର।
ଜୟ ଧ୍ବନି କର ଶିଖର ସାଗର
ଚମକି ଉଠିବ ଧରା
ସତ୍ଯ ଧର୍ମ ପଥ ବିଜୟର ରଥ
ହେବ ନାହିଁ ଦିଗହରା।
କେତେ କଷଣରେ ତୋର ଆପଣାରେ
କରି ଗଲେ ପ୍ରାଣ ପାତ
ସଜାଅ ନିଜକୁ ଭୁଲି ପ୍ରବାଦକୁ
ମନରେ ଭରେ ଆଘାତ।
ତିନି ରଂଗେ ରଂଗା ଉଡୁଛି ତ୍ରିରଙ୍ଗା
ବିଜୟର ଏହି ଧ୍ବଜ
ସ୍ବାଧୀନତା ମୋର ଉଡେ ଫରଫର
ରଖିବୁ ମୋହରି ଲାଜ ।
ସ୍ବରାଜ୍ୟର ରଥେ ସ୍ବାଧୀନତା ପଥେ
ହଜିଛି ସପନ ରାଜି।
ପିତା ପିତାମହ ସନ୍ତାନର କୋହ
ଲଗାଇ ଜୀବନ ବାଜି।
ସ୍ବର୍ଣ୍ଣିମ ଆଲେଖ୍ୟ ଇତିହାସ ସାକ୍ଷ୍ଯ
ରହି ଥିବ ଯୁଗେ ଯୁଗେ
ବିଜୟର ଟିକା ପଡିବନି ଫିକା
ଶପଥ କର ମୋ ଆଗେ।
ମନୋରଂଜନ ସୁରୁଜାଲ
ଅଇଁଲାପାଲି ଧମା ସମ୍ବଲପୁର


0 Comments