ସପନ ମୋ ସରେ ନାହିଁ,
ଆଖି ରୁ ହଜିଛି ନିଦ..
ତୁମେ ଅଛ ବୋଲି ।
ହୃଦୟର ନିଭୃତ ଇଲାକାରେ ,
ପ୍ରେମ ର ଆଭାସ,ପାଇବାକୁ ଭାରି ଇଚ୍ଛା
ମନ ମୋର ଆଶା କରେ...
ତୁମେ ଅଛ ବୋଲି ।
ଅହରହ ଶୁଣୁଥାଏ,ପାଉଁଜି ର ଶବ୍ଦ
ଛନ୍ ଛନ୍ ତୁମ କାଚ ଚୁଡ଼ି,
ସପନ ମୋ ଭାଙ୍ଗି ଯାଏ,ପୁଣି ଦେଖିଚାଲେ
ତୁମେ ଅଛ ବୋଲି ।
ମତୁଆଲା ଚାହାଣି ର, ଅଜଣା ଆହ୍ବାନ
ଇସାରା କରେ ମୋତେ, ତୁମରି ପାଖକୁ,
ଚାଲି ଥାଏ ନିସ୍ତବ୍ଧ ରାତିରେ,
ତୁମେ ଅଛ ବୋଲି ।
ଲେଖିଚାଲେ ଫର୍ଦ୍ଦ ଫର୍ଦ୍ଦ ପୃଷ୍ଠା
ସରେ ନାହିଁ ଶବ୍ଦ କୋଷର ଅକ୍ଷର,
ଜୀଇଁଥିବା ଯାଏ ଲେଖିଚାଲୁ ଥିବି
ତୁମେ ଅଛ ବୋଲି ।
ସୁଖରାମ ମଲ୍ଲିକ
କୁଟଶିରା, ଖାରୀ, ସୁବର୍ଣ୍ଣପୁର


0 Comments