ଚକା ଚକା ତୁମ ଦୁଇ ନୟନ
ଅଧାଗଢ଼ା ତୁମ ରୂପ ଲାବଣ୍ୟ
ହାତେ ଶଙ୍ଖ ଚକ୍ର ଗଦା, ପଦ୍ମ ଫୁଲ
ମଥାରେ ତୁମର ତୁଳସୀ ମାଳି
ଶ୍ରୀ ମୁଖରେ କଳାରଙ୍ଗ ଲଗାଇ
ଭାଇ ଭଉଣୀଙ୍କୁ ସାଥିରେ ଧରି
ଚର୍ତୁଥା ମୂରତି ବିଜେ ଶଙ୍ଖ କ୍ଷେତ୍ରେ
ନାହିଁ ଜାତି ଅଜାତିର ଭେଦଭାବ
ଭକତ ଜନଙ୍କ ଦୁଃଖ ତାରିବା ପାଇଁ
ରତ୍ନ ସିଂହାସନେ ବସିଛ ବଡ ଗୋସାଇଁ
ଭାବନାରେ ବନ୍ଧା ଭାବର ଠାକୁର
ଅନ୍ଧାରରେ ତୁମେ ଆଶାର ପ୍ରଦୀପ
ଅନାଥ ନାଥ ହେ ଜଗନ୍ନାଥ
କୋଟି ଓଡିଆଙ୍କ ତୁମେ ବିଶ୍ୱାସ
ସଭିଏଁ ଡାକନ୍ତି କାଳିଆ ସାଆନ୍ତ
ତୁମେ ଆଦି ଅନ୍ତ ଅନନ୍ତ
ତୁମ ବିନା ନାହିଁ ଗତି ମୁକ୍ତି
କଳିଯୁଗେ ତୁମେ ଏକା
ମୋହ ମାୟା ସାରା ସଂସାର
ତରିବାର ଅଛି ଯଦି
ଭବ ସାଗରରୁ ବାଇନ
ହରି ନାମ ଜପୁଥାୟ ନୀତି
ମୁଖେ ଜଗନ୍ନାଥ ନାମ.....
କୁନମୁନ ବାରିକ
ଜଗତ୍ସିଂହପୁର


0 Comments