ଓଡିଆ ଜାତିର ସୁଯୋଗ୍ୟ
ସନ୍ତାନ
କାନ୍ତକଵି ଲକ୍ଷ୍ମୀକାନ୍ତ ପାଇଁ କି
ଭାଷା ସାହିତ୍ୟ ଆଜି
ହୋଇଛି ରୁନ୍ଧିମନ୍ତ।
୧୮୮୮ ଭଦ୍ରକ ତିହିଡି ତାଳପଦୀ
ରେ ହୋଇ ଜନମ
ଓଡିଆ ମାଟିର ରଖିଲେ ଟେକ
କଲେ ଗୌରାଵନ୍ଵିତ
ଓଡିଶାର ଵିଚାର ରାଜ୍ୟସଭାର
ପ୍ରତିନିଧିତ୍ଵ କରି
ଵାଚସ୍ପତି ରୂପେ ହେଲେ କାର୍ଯ୍ୟ
ରତ।
ଦାରିଦ୍ର୍ଯ ର କରାଘାତେ ରହି
ମଧ୍ୟ
ହାରୀ ଯାଈ ନ ଥିଲେ
ଇଂରେଜ ସୈନ୍ୟ ବନ୍ଦୀ ହୋଇ
ଭାବିଥିଲି କେତେ କଷଣ
ଇଂରେଜ ଵିରୁନ୍ଧରେ ଲଢିଵା
ପାଇଁ କି
କଵିତାକୁ କରିଥିଲେ ଅସ୍ତ୍ର।
ଦେଶାତ୍ମବୋଧକ,ଉତ୍କଳୀୟ
ପ୍ରୀତିର ଥିଲେ ଜାଗ୍ରତ ମନ୍ତ୍ର
ଓଡିଆ ଜାତିଵୋଧର ନିକୃଷ୍ଟ
ତାକୁ ଦୂର କରି
ଗଭୀର ଆତ୍ମଵିଶ୍ଵାସ ଯୋଗା
ଇଵା ଥିଲା ପରମ ଲକ୍ଷ୍ୟ।
ଦେଶର ଉନ୍ନତି କାମନା କରି
ମାତୃଭାଷା ମାତୃଭୂମି ପାଇଁ
ପ୍ରେମ ଜାଗ୍ରତ କରିବା ଥିଲା
ମୁଖ୍ୟ ଉଦ୍ଦେଶ୍ୟ
ଓଡିଆ ମାନଙ୍କ ହଜିଯିବା କ୍ଷାତି
କୁ ଆଣିବାକୁ ଫେରାଇ
ଲଢିଥିଲେ ନିଷ୍ଠାପର ହୋଇ।
ସ୍ଵରାଜ ଓ ସ୍ଵଦେଶୀ ଭାଵେ
କଵିତା ଗଲେ ଲେଖି
ସର୍ବ ହୃଦୟରେ ରହିଗଲେ
ଅମର ହୋଇ
କଲମ ମୁନରେ ଝରି ଆସିଛି
ବନ୍ଦେ ଉତ୍କଳ ଜନନୀ
ଯାହା ସଭିଙ୍କ ମୁଖରେ ଆଜି ହୋଇଛି ପ୍ରାଣ ସଙ୍ଗିନୀ।
୩୩ ଗୋଟି ଦେଶ ପ୍ରେମୀ
କଵିତା କରି ସୃଷ୍ଟି
ମାଟି ଜାତି ପାଇଁ ନିଜକୁ ଦେଇ
ଛନ୍ତି
ନିଜକୁ ଉତ୍ସଗ୍ରୀ କୃତ କରି
ଵୁଢା ଶଙ୍ଖାରି ଆଜି କହେ
ବାପା ଝିଅର ସ୍ନେହର କାହାଣୀ
କଣାମାମୁଁ ଉପନ୍ୟାସ ଅଟେ ଚିର
ଅମର
ଜନ ହୃଦୟର କୋଣ ଅନୁ
କୋଣେ
ହୋଇଅଛି ଵିକ୍ଷାତ।
ସମର ସଙ୍ଗୀତ, ଏ ଦେଶ ଭାରତ ,ପ୍ରଣୟ ଦୁନ୍ଦୁଭି, ଆର୍ଯ୍ୟ
ଵାହିନି
ଓଡିଆ ଭାଷାକୁ କରିଛି ସମୃନ୍ଧ
ନାଟକ ରଚି ସାଜିଛ ପ୍ରଲମ୍ଵିତ
ନାଟ୍ୟ ପାଗଳ।
ଡିମ୍ବକ୍ରେସି ସଭା, ହନୁମନ୍ତ
ବସ୍ତ୍ରହରଣ, ସମସ୍ୟା
ନାଟକାଦିରେ ଦେଖାଇଛ ପରା
କାଷ୍ଠା
ତୁମେ ଓଡିଆ ଜାତିର ଗାଳ୍ପିକ
ନୁହେଁ ,
ଔପନାଷିକ ଵ୍ୟଙ୍ଗ ସାହିତ୍ୟିକ
ଲିପିକା ସାଜି
ଯୁଗଯୁଗ ପାଇଁ ସଭିଙ୍କ ହୃଦୟେ
ଅମର ହୋଇ ରହିଛ।
ତେଜସ୍ଵିନୀ ସାମଲ
କେନ୍ଦ୍ରାପଡ଼ା, ରାଜକନିକା


0 Comments