ବିଦ୍ୟାଳୟ ଆମ ଜ୍ଞାନର ମନ୍ଦିର
ଜ୍ଞାନଦାତା ଗୁରୁଦେବ,
ସ୍ନେହ ଶରଧାର ପ୍ରମୂର୍ତ୍ତ ମୁରତି
ତାଙ୍କ ସମ କିଏ ହେବ।।
ଅଜ୍ଞାନ ତିମିର କରନ୍ତି ସେ ଦୂର
ମନେ ଜାଳି ଜ୍ଞାନଦୀପ
ତାଙ୍କ ନାମ ଚିତ୍ତେ ଚିନ୍ତନ ସ୍ମରଣେ
କ୍ଷୟ ହୁଏ ମହାପାପ।।
ଗୁଣେ ସର୍ବଶ୍ରେଷ୍ଠ ସର୍ବାଗ୍ରେ ପୂଜିତ
ଆମ ପଥ ପ୍ରଦର୍ଶକ
ଆନନ୍ଦ ଉଲ୍ଲାସେ ବଞ୍ଚିବା ଶିଖାନ୍ତି
ମିଳିମିଶି ହୋଇ ଏକ।।
କ୍ଷମାଶୀଳ ସିଏ ଧୈର୍ଯ୍ଯବାନ ପୁଣି
କରୁଣାର ସପ୍ତସିନ୍ଧୁ
ତାଙ୍କ ଶ୍ରୀଚରଣେ ସମର୍ପି ଦେଇଛି
ମୋର ଶେଷ ପ୍ରାଣବିନ୍ଦୁ।।
ମନୋଜ କୁମାର ମହାନ୍ତ
ଗୁରୁଛାତ୍ର,
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ
ମୟୂରଭଞ୍ଜ, ବାରିପଦା।


0 Comments