ଆମ ସ୍କୁଲ ସାର୍ - ସବିତା ନାୟକ




ଆମ ସ୍କୁଲ ସାର୍

ମୁହଁରେ ଥାଏ ସ୍ମିତହାସ୍ୟ

ସିଧାସାଧା ବେଶପୋଷାକ

ଠିକ୍ ସମୟରେ 

ପହଞ୍ଚିଯାଆନ୍ତି ଶ୍ରେଣୀଗୃହରେ

ସବୁବେଳେ କହନ୍ତି

ସମୟର ସମ୍ମାନ କର

ସମୟ ତୁମକୁ ଦେବ ସମ୍ମାନ।୧।


ଶାନ୍ତ ସିଗ୍ଧ କମନୀୟ ଚେହେରା

ଗୁରୁଗମ୍ଭୀର କଣ୍ଠରୁ ତାଙ୍କର

ସରଳ,ସହଜ,ସୁବୋଧ୍ୟ ଭାଷା

ଅବୁଝା, ଅବୋଧ ସରଳ ମନକୁ

କେତେ ଜୀବନ୍ତ ଉଦାହରଣ କେତେ ଗପ

ମହାପୁରୁଷଙ୍କ ମହାନକଥା

ନବୁଝିଲା ଯାଏଁ ବୁଝାଇ ଥାଆନ୍ତି

କେବେ ହେଁ ହୁଅନ୍ତି ନାହିଁ ଖପା।୨ା


କଅଁଳମନ ମୋ ଖାଲିମସ୍ତିସ୍କ

ଗୁରୁ ଉପଦେଶ ଦେଖାଏ ପଥ

ନ୍ୟାୟ ଧର୍ମ ଭୁଲ୍ ଠିକ୍ ବିଚାର

ନମ୍ର ଶାଳୀନତା ଦାନ ପରୋପକାର,

ଚରିତ୍ର ଅଟଇ ଶ୍ରେଷ୍ଠସମ୍ପଦ

ଏଇ ମନୁଷ୍ୟ ଭଗବାନ ପୁଣି ରାକ୍ଷସ

ତୁମ ହାତରେ ତୁମ ଭାଗ୍ୟଡୋର

କ'ଣହେବ ତୁମେ କର ବିଚାର।୩।


ପ୍ରେରଣାଦାୟି କଥା ତାଙ୍କର

କଥାରେ କାମରେ ସେ ଧୁରନ୍ଧର

ନିର୍ଭିକ ହୁଅ, ସାହସୀ ହୁଅ,ଜାଗ୍ରତ ରୁହ

ବଡ ହେବାପାଇଁ ବଡ ବଡ ସ୍ବପ୍ନ ଦେଖ

ଭାଙ୍ଗିପଡନା ହାରିଯାଅନା ଆଗକୁ ଚାହଁ

ସଂଘର୍ଷ ହିଁ ଜୀବନ

କଠୋର ପରିଶ୍ରମ ଓ ଉତ୍ସର୍ଗିକୃତ ମନୋଭାବ

ସଫଳତାର ମୂଳମନ୍ତର।୪।


ମୁଁ ଯେବେ ଭାଙ୍ଗିପଡେ

ଆଜି ବି ସାର୍ ଙ୍କ କଥା ଭାରି ମନେପଡେ

"ପରିଶ୍ରମ କେବେ ବୃଥାଯାଏନି"

"ପୁଣ୍ଣ୍ୟର ନିଜସ୍ବ ପୁରଷ୍କାର ଅଛି"

"ନିଆାଁରେ ଜଳି ଜଳି ସୁବର୍ଣ୍ଣର ଶୁଦ୍ଧତା ଜଣାପଡେ"

ମୋ ସବୁ ସଫଳତା ମୋ ଗୁରୁଙ୍କ ଶ୍ରେୟ

ସତରେ

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ବର

ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ ।୫।


ସବିତା ନାୟକ

ମାଧବାନନ୍ଦ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟ

ମାଧବ ନୀଆଳି କଟକ

Post a Comment

0 Comments