ଚୌକତିରେ ଚକ୍ଷୁ ବୁଲାଇ ଆଣ
ପାଦପ, ମଧୁପ, ଲତିକା ଗଣ,
ମତ୍ସ୍ୟ, ମାର୍ଜାର, ମନୂକୂଳ ପ୍ରାଣ
ଜଳ ଯୋଗୁଁ ଚଳ ଚଞ୍ଚଳ ଜାଣ |
ଜଳ ବିନୁ ସର୍ବକାୟା ଅଚଳ
ଜଳ ହିଁ ଜୀବନ ଜଳ ହିଁ ବଳ,
ଜଳ କରନାହିଁ ବ୍ୟୟ ବହୁଳ
ଜଳ ବିନା ନିଶ୍ଚେ ଭେଟିବା କାଳ |
ମଧୁଜଳ ପରିମାଣ ଗଣ୍ଡୁଷ
ଜଳ ସଞ୍ଚି ରଖ କ୍ଷିତି ଆୟୁଷ !
ଲୁଣା ଜଳେ କି'ବା ମେଣ୍ଟିବ ଶୋଷ ?
ଜଳ କ୍ଷୟେ ପରିଣାମ ଅଶେଷ |
କେମନ୍ତେ କରିବୁ ତୁ ନିତ୍ୟକର୍ମ
ଜଳାର୍ଘ୍ୟ ତର୍ପଣେ ଅର୍ଜିବୁ ଧର୍ମ ?
କେଉଁ ଆଶେ କ୍ଷେତେ ଢ଼ାଳିବୁ ଘର୍ମ
କାହା ଦମ୍ଭେ ଚଷା ହେବ ତୋ ନାମ !
ଜଳୁ ଜାତ ହୋଇଛୁ ମୂଢ଼ମତି
ଜଳ ବିନୁ ଅନ୍ୟେ ନାହିଁ ତୋ ଗତି,
ଜଳରକ୍ଷା ମନ୍ତ୍ର ହୃଦରେ ଚିନ୍ତି
ଜଳରକ୍ଷା ମାର୍ଗେ ହୁଅରେ ବ୍ରତୀ |
ଉମାକାନ୍ତ ଦଳାଇ
ଭୂଷଣ୍ଡପୁର, ଟାଙ୍ଗୀ,ଖୋର୍ଦ୍ଧା
ସମ୍ପର୍କ : 7735068090


0 Comments