ଗୁରୁ ହିଁ ଈଶ୍ବର - ବେଦବ୍ଯାସ ମେହେର


ଗୁରୁ ହିଁ ଈଶ୍ବର


ଗୁରୁ ଆମର ମାତା ପିତା 

ଗୁରୁ ଆମର ଜ୍ଞାନ ଦାତା  ।

ଗୁରୁଙ୍କ ଆଶୀର୍ବାଦ ମୋର 
ଅଟେ ବାନ୍ଧବ ହୃଦୟର  ।

ସମସ୍ତ ଜ୍ଞାନର ଭଣ୍ଡାର 
ମିଳିବ ଗୁରୁଙ୍କ ପାଶର  ।

ସବୁ ତୀର୍ଥ ଗୁରୁ ଚରଣ 
ଅନ୍ୟ ତୀର୍ଥକୁ କି କାରଣ  ।

ତାଙ୍କର ଚରଣ ଧୋଇଣ 
ଜୀବନରେ ଅର୍ଜିବା ପୂଣ୍ୟ  ।

ଗୁରୁ ଆଶୀର୍ବାଦ ଜାଣଇ 
ସଫଳ ନିଶ୍ଚୟ ମିଳଇ  ।

ଆମକୁ ସେ ଶିକ୍ଷା ଦିଅନ୍ତି 
ଜୀବନର ମାର୍ଗ ଦେଖାନ୍ତି  ।

ଗୁରୁ ଯେ ପଢାଅନ୍ତି ପାଠ 
ଜୀବନରେ ଦେଖାନ୍ତି ବାଟ  ।

ଗୁରୁ ଯେ ସାକ୍ଷାତ ଈଶ୍ବର 
ତାହାଙ୍କୁ ନ ମଣିବ ନର  ।

ଗୁରୁ ଯେ ବ୍ରହ୍ମା ବିଷ୍ଣୁ ଶିବ 
ନୁହଁନ୍ତି ସାମାନ୍ୟ ମାନବ  ।

ତାଙ୍କର ଚରଣକୁ ଛୁଇଁ 
ଆଶିଷ ନେଉଥିବା ଜାଣି  ।

ଗୁରୁଙ୍କ ଚରଣରେ ମନ 
ମନେ ରଖିବା ସଦା ଜାଣ  ।

ଗୁରୁଙ୍କ ପାଶେ ରହୁ ମନ 
ତାଙ୍କ ଚରଣେ ମୋ ପ୍ରଣାମ  ।

ବେଦବ୍ଯାସ ମେହେର 
-ପଦ୍ମପୁର 
ଜିଲ୍ଲା:-ବରଗଡ, ମୋ:-୯୯୩୮୩୩୯୦୨୯


Post a Comment

0 Comments