ସମୁଦ୍ରରେ ଏକ ଢେଉ ମାଡ଼ିଆସେ
ବିଷାଦ ସୂଚନା ନେଇ
ସେଇ ସୂଚନାକୁ ଶୁଣିକି ଲୋକେ ଯେ
କାଳିଆ ପାଖକୁ ଯାଇ ।
କାଳିଆ..କାଳିଆ ଡାକି ଭକ୍ତଗଣ
ସାହାଯ୍ୟର ଭିକ୍ଷା ପାଇଁ
କାଳିଆ ତ ଏବେ ନୀରବ ରହିଲା
କିଏ ହେବ ଆଉ ସାଇଁ ।
କାହିଁକି ଉତ୍ତର ଦେଲାନି କାଳିଆ
ଭାଳି ହେଲା ମନ ଏଇ
ନିରାଶ ମନରେ ଭକ୍ତ ଫେରିଯାଏ
କାଳିଆ କୁ ଗାଳି ଦେଇ ।
କିଛି ଶୁଣୁନି ସେ କିଛି ବୁଝୁନି ସେ
ତା ପାଇଁ ଫରକ ନାହିଁ
ସିଂହାସନରେ ଯେ ବଡ଼ ଆଖି କରି
ବସିଛି କେବଳ ଚାହିଁ ।
କାଳିଆ ଯେ ଆମ ଜଗତ ନାୟକ
କିଏ ବା ନ ଜାଣେ ତାକୁ
ନିରାଶ କରେନି ପରୀକ୍ଷା ନିଏ ସେ
ପ୍ରିୟ ସେ ଭାବେ ଯାହାକୁ ।
ଭକ୍ତ ସହ ଯିଏ ଖେଳିବାକୁ ଚାହେଁ
ଭକ୍ତ ଭଗବାନ ଖେଳ
ବଡ଼ଦାଣ୍ଡରେ ଯେ ରହିବ ତା ପାଇଁ
ଭକ୍ତଙ୍କର ସଦା ମେଳ ।
ଅଶ୍ୱିନୀ କୁମାର ବେହେରା
ରାଣୀହାଟ, କଟକ।
ଫୋନ ନମ୍ବର-9040177084


0 Comments