ଦୁର୍ଭାଗ୍ୟ ଆଦରି ସମାଜକୁ ଡରି
ବଂଚିଅଛି ପେଟ ପାଇଁ
ନିରୀହ ଛୁଆର ଯନ୍ତ୍ରଣା ଜଂଜାଳେ
ଅନ୍ଧ ଭବିଷ୍ୟତ ପାଇଁ ।।
କରୁଣ ଚାହାଣୀ ଦେଖିହୁଏ ନାହିଁ
କଳା ମିଟି ମିଟି ଆଖି
ଦେହରେ ଦିଇଞ୍ଚ ମଇଳା ରହିଛି
ଆଖି ଯାଏ ସେଠି ଲାଖି
ଗରିବ ଦରିଦ୍ର ମା'ବାପା ଛେଉଣ୍ଡ
ସାହା ନାହିଁ କେ ଭରସା
ଖାଇବାକୁ ମୁଠେ ଦାନା ଯୋଗାଡରେ
ଈଶ୍ୱର ଏକା ଭରସା ।।
ମାଗି ଯାଚି ପୁଣି ଅଇଁଠା ପତରେ
ପେଟ ପାଟଣାର ଦିଗ
ଛୋଟ ଶିଶୁ କାନ୍ଧେ ବୋହି ବୋହି ବିତେ
ରାତି ଦିନ ମାଗେ ଭିକ ।।
କାହାକୁ କହିବ ନିଷ୍ଠୁର ସମାଜ
ପର କରି ବାଟ ଚାଲେ
ଜୀବନଟା ବଞ୍ଚେ ଦୁଃଖ କଷ୍ଟ ସହି
ଏଇ ଆକାଶର ତଳେ ।।
ଦୟାମାୟା ନାହିଁ କାହା ହୃଦୟରେ
ସର୍ବେ ସ୍ୱାର୍ଥପର ଏଠି
ଗୋଡ଼ରେ ଠେଲଇ ଧକା ମାରିଦେଇ
କରନ୍ତି ସଭିଏଁ ବେଠି ।।
ଘରଦ୍ୱାର ସ୍ୱପ୍ନ କପଡା ଦଦରା
ଆଖି ନିଦ ନାହିଁ ରାହା
ରାସ୍ତାକଡ଼ ପୁଣି ଗଛମୂଳ ହୁଏ
ବରଷା ତାତିର ସାହା ।।
କେମିତି କହିବି କ'ଣ ବଖାଣିବି
ଅସହ୍ୟ କରୁଣ କଥା
ସମାଜ କୁସ୍ଚିତ ଲାଞ୍ଚୁଆ ନହେଲେ
ରୁହନ୍ତାନି କିଛି ବ୍ୟଥା ।।
ତପନ କୁମାର ଦାଶ୍
ଶିକ୍ଷକ,କଳାହାଂଡି
୯୪୩୮୪୧୫୯୫୫


0 Comments