ହୋ କାଳିଆ ସାଆନ୍ତେ, ବିଶ୍ଵ ନିଅନ୍ତା, କୋଟି ଓଡ଼ିଆ ଙ୍କ ମଉଡ଼ମଣି ଆଜି ତୁମ ପାଖକୁ ମୋର ଏଇ ରଜନୀର ଶେଷ ଚିଠି 🙏
କାହିଁ କେଉଁ ଅନାଦି କାଳରୁ ମୁ ଶୁଣି ଆସିଛି। ଆପଣ ଏ ଧରା ପୃଷ୍ଟରେ ଜନ୍ମ ନେଇଛନ୍ତି l ଏଇ ପାପୀ ମାନଙ୍କୁ ଦଣ୍ଡ ଦେବା ସହ ଫୁଣି ତାଙ୍କୁ ଏ ଧରା ଧାମରୁ ଆପଣ ଉଦ୍ଧାର କରିଛନ୍ତି l ଫୁଣି ଭକ୍ତ ଙ୍କର ମାନରକ୍ଷା ପାଇଁ ଆପଣ ଏ ଧରା ପୃଷ୍ଟରେ ଜନ୍ମ ନେଇଛନ୍ତି l ସେଥି ପାଇଁ ଆପଣଙ୍କ ପାଖକୁ ମୋର ଏଇ ରଜନୀର ଶେଷ ଚିଠି l
କୁହ ହେ ଚକା ନୟନ ଆଜି ଏ ଧରା ପୃଷ୍ଟରେ ଏ କଣ ହେଲା, ଯୁଗ ଯୁଗ ଧରି ଯେଉଁ ମନୁଷ୍ୟ ଅନ୍ୟକୁ ଶୋଷଣ କରୁଥିଲା ଆଜି ସେ ହୋଇଛି ଶୋଷିତ l ପାଗଳ, ଭିକାରୀ, ଛୋଟା, ଅନ୍ଧ ଦେଖି ଉପହାସ କରୁଥିଲା ଯେଉଁ ମାନବ ସେବି ହୋଇଛି ଆଜି ଉପହାସିତ, ସମୟ ଓ ପରିସ୍ଥିତି ମଣିଷକୁ କ୍ୟାଲେଣ୍ଡରରେ ତାରିଖ ବଦଳିଲା ପରି ମଣିଷ ବଞ୍ଚିବା ପାଇଁ ସେ ବି ରୂପ ବଦଳିଛି l
ମୁ ବନ୍ଧୁ (ନରେଶ ) ଦେଖି ଆସୁଛି ପରୀକ୍ଷିତକୁ, ଦେଖେ ସକାଳୁ ସକାଳୁ ଶାଗ ପଖାଳ ଖାଇ ବାହାରି ପଡେ ନିଜର କର୍ମ କ୍ଷେତ୍ରକୁ, ମନରେ ଥାଏ ଆଶା, ଅଭିଳାଷ, ଫୁଣି କେତେ ସ୍ଵପ୍ନ ତଥାବି ଜୀବନରେ ପରୀକ୍ଷିତ ଖୁସିରେ ଥାଏ l
ପରିବାର କହିଲେ ମୁ (ପରୀକ୍ଷିତ), ମୋ ଧର୍ମ ପତ୍ନୀ ଉର୍ମିଲା ଓ ମୋର ଏକମାତ୍ର ଅଲିଅଳି ୧୨ବର୍ଷ ରଝିଅ ଜାନକୀ l
ମୋ ଝିଅ ଜାନକୀ ସପ୍ତମ ଶ୍ରେଣୀର ପାଠ ପଢ଼େ l ଓ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଛି l ଆଉ ମୋ ଧର୍ମ ପତ୍ନୀ ଉର୍ମିଲା କେବେ ହେଲେ ମନ ଉଣା କରି ନାହିଁ l ମୋ ସୁଖରେ ଦୁଃଖରେ ସାଥି ହୋଇ ରହିଛି l ଆଉ ମୁ ପରୀକ୍ଷିତ କୃଷି କାମ କୁ ହିଁ ନିଜର କରି ନେଇଛି l
ସମୟ ସହ ତଳଦେଇ ପରୀକ୍ଷିତ ଆଗେଇ ଚାଲିଛି l ଚାଷ ଭିତରେ ଧାନ, ଗହମ, ମୁଗ ଆଉ ମକା ଇତ୍ଯାଦି l କୃଷି କାମ ସାରି ସନ୍ଧ୍ୟା ବେଳେ ଯାଏ ଘଡିଏ ଭାଗବତ ମୋ ଝିଅ ପଢ଼େ ମୁ ଶୁଣୁ ଥାଏ l କି ମଧୁର ସ୍ଵର ତାର ଗାଁ ବୃଦ୍ଧା ଲୋକ ମଧ୍ୟ ଶୁଣିବା ପାଇଁ ଆସିଥାନ୍ତି l ସମସ୍ତେ କୁହନ୍ତି ବାଃ କି ସୁନ୍ଦର୍ କଣ୍ଠ ସ୍ଵର, ସତେ କି ମା ସରସ୍ୱତୀ କଣ୍ଠରେ ବିରାଜ ମାନ କରିଛନ୍ତି l
ମୋ ଝିଅ ଜାନକୀ ର ଅନେକ ସ୍ଵପ୍ନ ଥାଏ। ସେ ସବୁ ସ୍ଵପ୍ନ କୁ ପୂରଣ ପାଇଁ ଅନେକ ପରିଶ୍ରମ ମଧ୍ଯ କରୁଥାଏ। ପରିଶ୍ରମ ତ ନୁହେଁ, ହଁ କଠିନ ପରିଶ୍ରମ। ଚାହୁଁ ଚାହୁଁ କିଛି ବର୍ଷ ବିତି ଗଲାଣି ମୋ ଝିଅ ଏବେ ଦଶମ ଶ୍ରେଣୀ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଉ ମହାବିଦ୍ୟାଳୟ ରେ ପଢିବା ପାଇଁ ଜିଦି ଧରୁଛି। କେତେ ବା ଚାଷ ରୁ ଆଉ ଟଙ୍କା ମୁ ପାଇବି ଯେତିକି ଚାଷ ରୁ ମିଳେ ଆମେ ତିନି ପ୍ରାଣୀ କଷ୍ଟେମଷ୍ଟେ ଚଳିଯାଉ.. ହଉ ତେଣିକି ସେଇ କଳା ସାଆନ୍ତ ହିଁ ଭରସା....
କିଛି କୃଷି ରୁଣ ଆଣି ଝିଅ କୁ ପାଠ ପଢ଼ାଇବି ଭାବୁଛି। ଭାବୁ ଭାବୁ କେତେ ବେଳେ ଉର୍ମିଳା ଚା କପେ ଧରି ଆସେ, କହୁଥାଏ ପାଠ ଶାଠ ସେତିକି ଥାଉ, ଝିଅ ଜନମ ପର ଘରକୁ, ହାତକୁ ଦୁଇହାତ କରିଦେଲେ ଆଉ ଆମର ଚିନ୍ତା କଣ? ହଁ ମୁଁ ବୁଝୁଛି ଉର୍ମିଳା ଯେତେ ହେଲେ ଝିଅଟା ପାଠ ପଢିବ ବୋଲି ମନେ କରିଛି। ନାହିଁ ସେ ପାଠ ପଢୁ ମୁ ପଢ଼ାଇବି ପାଠ, ମହାବିଦ୍ୟାଳୟରେ, ଟଙ୍କା କୋଉଠୁ ଆଣିବା ଜାନକୀ ବାପା, ଟଙ୍କା କୃଷି ରୁଣ କରିବି। ଶେଷରେ ପରୀକ୍ଷିତ ସତକୁସତ କୃଷି ରୁଣ କରି ଝିଅ କୁ ପାଠ ପଢାଇଛି। ପ୍ରଥମ ଥର ଝିଅ ମହାବିଦ୍ୟାଳୟରେ ପାଦ ଦେଇଛି। ଦେଖିଛି ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ କେତେ ଆକାଶ ପାତାଳ ଫରକ। ବାସ୍! ଘରକୁ ଆସି ଦେଖେ ମାଆ କଣ ରୋଷେଇ କରୁଛି । ମା ମୋତେ ଦେଲୁ ମୁ ଖାଇବି, ଏତେ ଭୋକ ମୋ ଝିଅ କୁ, ଯା ହାତ ମୁହଁ ଧୋଇ ଆସେ ମୁ ଖାଇବା ବାଢ଼ୁଛି । ମାଆ ଖାଇବା ପାଖରେ ବସି ଝିଅ କୁ ପଚାରେ, ମହାବିଦ୍ୟାଳୟ ରେ ପ୍ରଥମ ଦିନ କେମିତି କଟିଲା, ଝିଅ ଉତ୍ତର ଦିଏ, ମାଆ ସବୁ ଭଲ ଆଉ ପାଠ ପଢା, ହଁ ମା ଭଲ, ଆଉ ମହାବିଦ୍ୟାଳୟ ର ଖବର କଣ, ସବୁ ଭଲ ।
ସମୟ ପରେ ସମୟ ବିତିଯାଏ ସୁଖମୟ ଟିକେ ପାଇବା ପାଇଁ ମଣିଷ ଦିନ ରାତି ପରିଶ୍ରମ କରେ, ତଥାବି ଜୀବନ ରେ ଖୁସି ନଥାଏ,କାହିଁ କେଉଁ ଅନାଦି କାଳରୁ ପିଢ଼ି ପରେ ପିଢ଼ି ରହି ଅଛି ଚାଷୀ ଟିଏ ଚାଷ କାମ କରି ବା ପାଇଁ ବଢ଼ି ଭୋରୁ ଯାଇଥାଏ, ଯୁଗ ଆଜି ବଦଳେ ତା ସହିତ ମଣିଷ ବି, ନିଜ କୌଳିକ ବୃତ୍ତି ଛାଡି ଅନ୍ୟର ବୃତ୍ତିକୁ ଆପଣାଇଛି ଯେମିତି ଗୁଡ଼ିଆର କାମ ମୁଢ଼ି, ଉଖୁଡ଼ା, ଲଡୁ, ଗଜା, ଇତ୍ୟାଦି ବ୍ୟବସାୟ କରିବା କିନ୍ତୁ ସେ ଦାଦନ ଖଟୁଛି, ବା ବାରିକ, ଧୋବା, ଗଉଡ, ଚମାର, ନିଜ କୌଳିକ ବୃତ୍ତି କୁ ଛାଡି ଏମାନେ ବି ଅନ୍ୟର ବୃତ୍ତିକୁ ଆପଣାଇଛନ୍ତି। ଏମିତି କୁଚିତ ଲୋକ ଯେମିତି ପରୀକ୍ଷିତ ଓ ଉର୍ମିଲା ନିଜ ବୃତ୍ତିକୁ କେବେ ଛାଡି ପାରିନାହାନ୍ତି।
ଆଜି ଯୋଉ ଏ ବିଶ୍ଵରେ କୋରାନର ପ୍ରଭାବରେ କେମିତି ବଞ୍ଚିବି ପ୍ରଭୁ, ନା ମୋ ଝିଅ ମହାବିଦ୍ୟାଳୟ ଯାଇପାରୁଛି, ନା କୃଷିରୁଣ ମୁ ସୁଜି ପାରୁଛି। ହୁଏତ ଏମିତି କେହି ଲୋକ ନାହିଁ ଯେମିତି ତା ଜୀବନରେ କିଛି ଦୁଃଖ ନାହିଁ, ସେଇ ଦୁଃଖ ଭିତରେ ଥାଇ ମୁ ଏଇ ରଜନୀ ର ଶେଷ ଆଲୋକରେ ଚିଠି ଯାହା କି ସମାଜରେ କଲ୍ୟାଣ ହେଉ, ସମସ୍ତଙ୍କ ଦୁଃଖର ଅନ୍ତ ଘଟୁ, ବୃଦ୍ଧା, ପାଗଳ, ଅନ୍ଧ, ପଶୁ ପକ୍ଷୀ ମନଙ୍କୁ ସହାୟ ହୁଅନ୍ତୁ।
ଫୁଣି ଥରେ ମୋ ପରିବାର ହସ ଖୁସିରେ ଭରି ଯାଉ, ଖାଲି ମୋ ପରିବାର ନୁହେ, ପ୍ରଭୁ ଆପଣଙ୍କ ଦର୍ଶନ ପାଇଁ କୋଟି କୋଟି ଓଡ଼ିଆ ଭକ୍ତ ଙ୍କ ଅପେକ୍ଷା ର ଅନ୍ତ ଘଟୁ, ଫୁଣି ଥରେ ଏ ଧରା ହସି ଉଠୁ।
ହୋ କାଳିଆ ସାଆନ୍ତେ, ବିଶ୍ଵ ନିଅନ୍ତା, କୋଟି ଓଡ଼ିଆ ଙ୍କ ମଉଡ଼ମଣି ଆଜି ତୁମ ପାଖକୁ ମୋର ଏଇ ରଜନୀର ଜହ୍ନ ଆଲୋକରେ ଶେଷ ଚିଠି 🙏🙏🙏
ବଲ୍ଳଭ ସାହୁ,
ଛତିଆ, ଯାଜପୁର


0 Comments