ଜଗତର ନାଥ - ସୁଶ୍ରୀ ଆରତି ପଟ୍ଟନାୟକ

 



ଜଗତର କଥା ବୁଝୁ ବୋଲି ପରା

ବୋଲାଉ ତୁ ଜଗନ୍ନାଥ....

ଭକତ ର ଦଃୁଖ ସାଉଁଟି ନେବାକୁ

ତୁ ଖୋଲି ବସିଅଛୁ ହାତ...।। 


ବରଷକେ ଥରେ ବାହାରି ଆସୁ ତୁ

ରଥ ରେ ଏହି ବଡ ଦାଣ୍ଡ କୁ.....

ଧନୀ ଓ ଗରିବ, ଉଚ୍ଚ ନୀଚ୍ଚ ଭୁଲି

କୋଳେଇ ନେବାକୁ ସଭିଙ୍କୁ..।।


ଚକା ଚକା ତୋର ସେ ଦୁଇ ଆଖିରେ

ବୁଝି ନେଉ ପରା ଭକତ ମନର କୋହ

ଦରଗଢା  ପଛେ ତୋ ମହାବାହୁ ରେ

ପୋଛି ନେଉ ତୁ ଭକତ ଆଖିର ଲୁହ।। 


ତୋ ଆଗମନରେ କାଳିଆ ସୁନା ରେ 

ଖାଲି ବଡଦାଣ୍ଡ ନୂହେଁ, ଜୀବନ ହୋଇଛି ଧନ୍ୟ 

ରଥାରୂଢ଼ ରୂପେ ତୋ ଦରଶନ ରେ 

ଏଇ ଆଖି ଲଭିଯିବ ପୁଣ୍ୟ।। 


ମୁଁ ଛାର ଭକତ ମାଗିବି ବା କିସ 

ତୋ ପାଦେ  ପ୍ରଭୁ କୋଟି ନମନ, 

ଚରଣେ ଶରଣ ଦେଇ ଆହେ ପ୍ରଭୁ 

ଜୀବନକୁ କର ଧନ୍ୟ।। 



ସୁଶ୍ରୀ ଆରତି ପଟ୍ଟନୟକ

ସାେରୋଡା , ଗଂଜାମ


Post a Comment

0 Comments