ତମ୍ବାଖୁ



ଡାକି ଆଣେ ଯିଏ ଦୁଃଖକୁ ସର୍ବଦା 
             ନାଁଟି ତାହାରି ତମ୍ୱାଖୁ ,
ଭାଙ୍ଗଇ ଯିଏ ରେ ତୋ ଘର ସଂସାର
              ଲୁହ ଦିଏ ରେ ଆଖିକୁ !!

ଧିରେ ଧିରେ ନିଶା କରଇ ସେ ଜାଣ
              ଘାରିଲେ ନ ଛାଡେ ସିଏ ,
ଜାଣି ଜାଣି ଡାକି ଆଣନ୍ତି ଦୁର୍ଦ୍ଦିନ
              ତମ୍ବାଖୁ ଖାଆନ୍ତି ଯିଏ !!

ଜଣା ପଡେ ନାହିଁ ଚାଲିଯାଏ ଧନ
          ତମ୍ବାଖୁ ପଛରେ ଧାଇଁ ,
ଶେଷରେ ରହେ ରେ ଯେଉଁ ଜୀବନଟା
            ତାକୁ ବି ଯାଏ ସେ ନେଇ !!

ହୃଦରୋଗ,କର୍କଟ ନାନାଦି ବ୍ୟାଧିର
         ଜଡ ଅଟଇ ତମ୍ୱାଖୁ ,
ତମ୍ବାଖୁ ସେବନ ଛାଡିଲେ ସିନା ରେ
         ହରାଇବା ସେ ରୋଗକୁ !!

ତମ୍ୱାଖୁ ସେବନ କେବେ ପୋଛି ଦିଏ
           କାହା ମଥାର ସିନ୍ଦୂର ,
କେବେ ପୁଣି ସିଏ ଛଡ଼ାଇ ନିଏ ରେ 
          କାହା କୋଳରୁ କୁମର !!

କେବେ ପୁଣି କିଏ ହରାଏ ମାଆକୁ
        ତମ୍ୱାଖୁ ସେବନ ପାଇଁ ,
କାହିଁ ପାଇଁ ନିଜେ ନିଜ ସର୍ବନାଶ
          ଡାକୁଅଛ ଜାଣ ନାହିଁ !!

ଅନୁରୋଧ କରେ ସମସ୍ତଙ୍କୁ ଆଜି 
            ହୋଇ ସବୁ ଏକ ମନ ,
ହରାଇବା ଆମେ ରୋଗ,ବ୍ୟାଧି ସବୁ
         ତମ୍ବାଖୁ କରି ବର୍ଜନ !!

ବଞ୍ଚାଇବା ଧନ,ବଞ୍ଚିବ ଜୀବନ
        ତମ୍ୱାଖୁ ହୋଇଲେ ଦୂର ,
ମାନସିକ ସାଥେ ଶାରୀରିକ ଶାନ୍ତି
         ହୋଇବ ରେ ଏକାକାର !!

କରିବା ଶପଥ ହୋଇ ଏକମତ
       ତମ୍ୱାଖୁ କରିବା ଦୂର ,
ସୁସ୍ଥ ସମାଜକୁ କରିବା ଗଠନ
       ନଥିବ ତମ୍ବାଖୁ ଡର !!


        •••ସମାପ୍ତ•••

ନାମ :ବର୍ଷା ରଥ 

Post a Comment

0 Comments