ଆଖିରେ ଲୁହ ଦେଇଗଲା ଲୈହ ଦାନବ
ଆଖିରେ ଲୁହ ଦେଇଗଲା ଲୈହ ଦାନବ ମନରେ ଅସରନ୍ତି ଆଶା ଓ ଆଖିରେ ଅସୁମାରୀ ସ୍ୱପ୍ନ ନେଇ ମିଳନ ଆକାଂକ୍ଷାରେ ଆତ୍ମାଟି ନିଜର ପ୍ରକୃତ ଠିକଣାରେ ପହଞ୍ଚିବା କୁ ଥାଏ କିଛି ମୁହୁର୍ତ ର ପାର୍ଥକ୍ୟ ଅନୁପସ୍ଥିତ ଭବିଷ୍ୟତ ପାଇଁ ସେ ଉପସ୍ଥିତ ବର୍ତ୍ତମାନ କୁ ଜଳାଞ୍ଜଳି ଦେଇ ବାହାରିଛି କିଛି ପାଇବାକୁ, କିଛି କରିବାକୁ ଓ କିଛି ଗଢି ତୋଳିବାକୁ l ସେଥିପାଇଁ ମନରେ ତା'ର ତିଳେ ମାତ୍ରେ ବି ଅନୁରାଗ ଜଗି ନାହିଁ l ସମୟ ଓ ପରିସ୍ଥିତି କୁ କେନ୍ଦ୍ର କରି ସେ ସେହି ସ୍ୱପ୍ନ ର ଗନ୍ତାଘର କୁ ବାସ୍ତବରେ ପରିଣତ କରିବା ଉଦେଶ୍ୟରେ କୋମଳ ରୁ କୋଠର ହୋଇ ନିଜକୁ ସଜାଇଥିଲା l କିନ୍ତୁ ନିୟତିର ଈର୍ଷାଗ୍ନି ରେ ତାହା ଲୁକାୟିତ ହୋଇ ରହିପାରିଲା ନାହିଁ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟା ବାଜି ୩୦ ମିନିଟ ପର ର ଘଟଣା, ଯାହା ସବୁ ଚାଞ୍ଚଲ୍ୟ ଖେଳି ଯାଇଥିଲା ବିଶ୍ଵ ଦରବାରରେ ବାହାନଗା ରେଳ ଦୁର୍ଘଟଣା , ଅନେକ ଦିନର ଅପେକ୍ଷା ପରେ ପୁଅ ଦୌଡ଼ି ଆସୁଥାଏ ମା କୋଳକୁ, ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ ବାପା ଫେରୁଥାଏ ନିଜର ସେହି ଟିକି କୁଟୁମ୍ବ କୁ କ୍ଷୁଦା ରୂପକ ଶୀକୁଳିରୁ ମୁକ୍ତି ନିମନ୍ତେ କ୍ଷୁଦ୍ୱାର୍ଥ ନିଜକୁ ଦାଦନ ର ପରିଚୟ ଦେଇ ବାହାରିଛି ଦିନ ମଜୁରିଆ ଖଟିବାକୁ ଅସଂଖ୍ୟ ସ୍ବପ୍ନ ଓ ଆଶା ନେଇ ଅନେକ ବାହାରିଛନ୍ତି ନିଜର ପରିଚୟ ସୃଷ୍ଟି କରିବାକୁ, ବର୍ଷ - ବର୍ଷ କଠିନ ପରିଶ୍ରମ କରି କିଏ ବାହାରିଛି ସେଇ ପରିଶ୍ରମ ଫଳ ସନ୍ଧାନ କରିବାକୁ , ସମୟ ଗଣି ହୁଏ ନାଁ ,ଅକାଲ ରେ କାହା ମଥା ରୁ ସିନ୍ଦୂର ଲିଭିଲା,ସୁନା ର ସଂସାର ହେଲା ଚୁନା, କେତେ କେତେ ଶିଶୁ ହେଲେ ଅନାଥ,କେତେ ଯେ କାହାର ବୁଡିଗଲା ବଂଶ ,ନୂଆ କରି ସଂସାର ଆରମ୍ଭ କରିଥିବା ଦମ୍ପତି ବାହାରିଛନ୍ତି ନୂତନ ପିଣ୍ଡରେ ଜୀବନ ଦେବାକୁ ଆତ୍ମୀୟଜନଙ୍କ ମିଳନ ର ଉତ୍କଣ୍ଠା କିନ୍ତୁ ସେହି ଆନ୍ଦୋଳିତ ସ୍ଵର ସତେ ଯେପରି ବର୍ଷ - ବର୍ଷ ଧରି ସୁପ୍ତ ଦାନବକୁ ଜାଗ୍ରତ କରି ଦେଇଛି l ତା'ର ସେହି କଟାକ୍ଷ ଦୃଷ୍ଟି ସବୁ କିଛି ଜାଳି ପୋଡି ନଷ୍ଟ କରିଦେଲା ସେ ତା'ର କ୍ଷୁଦା କୁ ମେଣ୍ଟାଇବା ପାଇଁ କ୍ଷଣିକ ମଧ୍ୟରେ ବୁହାଇ ଦେଲା ରକ୍ତ ର ନଦୀ ଓ ଶବର ସମୁଦ୍ର ଯାହା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିବାକୁ ବାଧ୍ୟ କରାଇ ଦେଇଥିଲା । ସମୟ ୬ ଟା ବାଜି ୫୫ ମିନଟ, ସମସ୍ତଙ୍କ ଜୀବନରେ ଆଣିଦେଇଥିଲା ଏକ ବିରାଟକାୟ ଶୋକର ଛାୟା ସେ ଦିନ ର ସେହି ଲୋମହର୍ଷଣକାରୀ ଦୁର୍ଘଟଣା ଶ୍ରୋତା କୁ ବଧିର, ବକ୍ତା କୁ ମୁକ ଓ ଚଞ୍ଚଳ କୁ ସ୍ତବ୍ଧ କରି ପକାଇଥିଲା ସେ ଦିନର ସେହି କରୁଣ ଚିତ୍କାର ଶୁଣି ପବନ ମଧ୍ୟ ବାଧ୍ୟ ହୋଇଥିଲା ନିଜର ବାଟ କାଟି ଅନ୍ୟତ୍ର ଯିବା ପାଇଁ, ମନରେ ଏହା ଭାବି ଯେ ତା' ଗତି ଯୋଗୁଁ କାହା ପ୍ରାଣ ବାୟୁ ଉଦିନଯାଉ l ସେହି କାଳ ରାତ୍ରି ଶେଷ ହୋଇବ ବୋଲି କିଏ ଜାଣି ନଥିଲେ ଏହି ମିଛ ମାୟା ସଂସାର ରେ କାହାକୁ ନଥିଲା ଜଣା ସେହି ବାହାନଗା ରେଳ ଦୁର୍ଘଟଣା,ସେହି କାଳ ରାତ୍ରି ଅନ୍ଧକାରର ଅସ୍ଥିର ପରିବେଶ ସ୍ଥିର ଓ ଶାନ୍ତ ହୋଇପଡ଼ିଥିଲା , ନାଁ ଶୁଭୁଥିଲା କୌଣସି ପକ୍ଷୀ ର ରାବ ନା କୌଣସି ହିଂସ୍ର ଜନ୍ତୁ ର ହୁଙ୍କାର ଶୁଭୁଚି ତ କେବଳ ସେହି ରକ୍ତ ନଦୀର ସ୍ରୋତ, ଲୁହ ଧାରା ର ସ୍ରୋତ ଓ ଅସଂଖ୍ୟ କରୁଣ ଚିତ୍କାର ଯାହା ଥିଲା ଅତ୍ୟନ୍ତ ହୃଦ - ବିଦାରକ ଓ ମନୁଷ୍ୟର କଳ୍ପନା ବାହାରେ ଏହି ଲୈହ ଦାନବ କେବେ ମଣିଷ ମନ ରୁ ଭୁଲି ହେବ ନାହିଁ ତାହା ଅନେକ ଶିକ୍ଷା, ଜାଗ୍ରତ କରିଛି ଇତିହାସ ରେ ରଚିତ ହୋଇ ସାରା ଦିନ ପାଇଁଁ ରଚିତ ହୋଇ ରହିବ।
ନାମ - ପୂଜା ସିଂ
ଗାଁ - ଟେଣ୍ଡା
ବ୍ଳକ - ନୀଳଗିରି
ଜିଲ୍ଲା - ବାଲେଶ୍ଵର


0 Comments