ସମ୍ମାନ ଦେଲେଟି ସମ୍ମାନ ମିଳିବ
ଶାସ୍ତ୍ରେ ରହିଅଛି ମତ,
ଯାହାର ଚିନ୍ତନ ହୁଅଇ ଯେମନ୍ତ
କର୍ମ ମଧ୍ୟ ଉପସ୍ଥିତ।।
ଭାବନା ତୁମ୍ଭର ଅମୃତ କରରେ
ହେବ ଦିନେ ସାରସ୍ୱତ,
ଧନ ଯଉବନ ନୁହେଁ ଚିରସ୍ଥାୟୀ
ବିବେକ ପଣିଆ ଶ୍ରେଷ୍ଠ।।
ହୋଇଣ ଶିକ୍ଷିତ ନ ହୁଅ ଲଜ୍ଜିତ
ଶିଖ ସଦବ୍ୟବହାର,
ମାନବ ଜୀବନ ଦୁର୍ଲଭ ଜୀବନ
ନିଜକୁ ସମୀକ୍ଷା କର।।
ଏଇଠି ଅଛି ରେ ମୋ ସରଗ ପୁର
ଏଇଠି ନରକ ପୁର,
ଭାବନା ତୁମ୍ଭର ଅମୃତ କର ରେ
ସୁଖେ ଦିନ ଯିବ ତୋର।।
କବିଶ୍ରୀ ପ୍ରଦୀପ କୁମାର ସାହୁ


0 Comments