ନାରୀ ଶକ୍ତି



ନାରୀ ଜନ୍ମଦାତ୍ରୀ, ବିଦ୍ୟାଦାତ୍ରୀ,ଅଗ୍ରପୂଜ୍ୟ
ସର୍ବଶ୍ରେଷ୍ଠ ନାରୀ...
ହଠାତ୍ ମନରେ ପୁଣି ପ୍ରଶ୍ନ ଉଙ୍କିମାରେ,
ସତରେ କ'ଣ ନାରୀ ସର୍ବଶ୍ରେଷ୍ଠ...??
ନିଷ୍ଠୁର ପୁରୁଷ ସମାଜ,
ଖେଳନା ଭାବି ଖେଳି ଖେଳି..,
କେତେବେଳେ ଭାଙ୍ଗି ଦିଏ ତ...
ଆଉ କେବେ ସାଇତି ରଖେ,
ନିଜ ହୃଦୟର ଆଲମାରିରେ...
ନାରୀ କୃଷ୍ଣଚୂଡା ଫୁଲପରି ସୁନ୍ଦର ତ,
କେବେ ମହାକାଳ ଫଳ ପରି ଭିତର କୁଶ୍ଚିତ...
ନାରୀ ଚାହିଁଲେ ଗଢିପାରେ,
ଏକ ସୁନ୍ଦର ଶିକ୍ଷିତ ମନୋରମ ସମାଜ...
ପୁଣି ଦୁଃଖ ଯନ୍ତ୍ରଣାରେ ନିଷ୍ପେସିତ ହୋଇ,
ବଦଳିଯାଏ ରାକ୍ଷସୀ ରୂପରେ...
ସମାଜରେ ପ୍ରତିକୋଣରେ ଶୁଭେ ନାରୀର ଦୁର୍ବଳତା...
କେବେ କିଏ କଣ୍ଠରୁଦ୍ଧ କରି ମାରିଦିଏ ,
ନାରୀ ମନର ଭାବନାକୁ...
ବଣମଲ୍ଲୀ ପରି ଝଡିଯାଏ ସେ,
ଦୁଃଖର ପାହାଡ ପଛରେ...

ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ...
ସେ ଶକ୍ତିଶାଳୀ, ବିଶ୍ୱବିଜୟୀ...
ମା' ଦୁର୍ଗାର ଏକ ରୂପ...
ତେଜସ୍ୱନୀ ତାର ପ୍ରଖର ଚାହାଣୀ...
ପ୍ରତିଟି ଅଙ୍ଗରେ ତା'ର ଅନ୍ୟମାନଙ୍କ ପ୍ରତି
ଭରି ରହିଛି ଅତୁଟ ଭଲପାଇବା...
ପ୍ରଦୀପର ସଳିତା ହୋଇ ଜଳିଯାଏ ଅନ୍ୟର ଅନ୍ଧକାର ଦୂରେଇବା ପାଇଁ...
କେବେ ଶ୍ମଶାନରେ ତ କେବେ ଚଉରା ମୂଳେ...
ନାରୀଶକ୍ତିର ପରିଚୟ ଦେଇଥାଏ,
ରାଣୀ ଲକ୍ଷ୍ମୀବାଈଙ୍କ ସାହାସ...
ସରୋଜିନୀ ନାଇଡୁଙ୍କ ଗଭୀର ଆତ୍ମ
ବିଶ୍ୱାସ...
ରମାଦେବୀଙ୍କର ପ୍ରଗାଢ ପ୍ରଚେଷ୍ଟା...
ଆଉ ମଦର ଟେରେସାଙ୍କୁ ନିସ୍ଵାର୍ଥପର ଭଲପାଇବା...

ପ୍ରାର୍ଥନା ଦାସ୍
+୩ ତୃତୀୟ ବର୍ଷ, କଳା,
ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ଼ , ଯାଜପୁର

Post a Comment

0 Comments