ଯୁଗ ସ୍ରଷ୍ଟା ତୁମେ ପ୍ରବାଦ ପୁରୁଷ
ପ୍ରତି ହୃଦ ସ୍ପନ୍ଦନରେ....
ସେହି ସତ୍ୟନିଷ୍ଟ ,ଦାମ୍ଭିକ ,ନିର୍ଭୀକ
ଲିପିବଦ୍ଧ ସ୍ଵର୍ଣ୍ଣlକ୍ଷରେ ।।
ରାଜନେତା ଏବଂ ବୀରଯୋଦ୍ଧା ତବ
କହେ ଅନୁଭୂତି ଗାଥା....
କରପତ୍ର ଯୋଡ଼ି କାକୁସ୍ତ ଥିଲି ମୁଁ
ଘୂରୁଥିଲା ମୋର ମଥା ।।
ସ୍ପଷ୍ଟବାଦିତାର କଠୋର ପଦଟି
ଆଜିବି ପଡ଼ଇ ମନ....
ତୁମେ ଏ' ଦେଶର ଗର୍ବ ଓ ଗୌରବ
ନ'ମଣ ନିଜକୁ ହୀନ ।।
ବାସଭବନ ରେ ଟିକେ ସାନ୍ନିଧ୍ୟରେ
ଦେଲ ଜ୍ଞାନ - ଅଶ୍ରୀବାଦ....
ସ୍ନେହାଙ୍ଗିନ କଣ୍ଠେ ବୁଝାଇ କହିଲ
ଦୂବ ଓ ଦାରୁରେ ଭେଦ ।।
ସୁଦୀର୍ଘ କାୟାକୁ ଢଳ ଢଳ ଆଖି
ପ୍ରଚଣ୍ଡ ବାଗ୍ଣୀ,ପ୍ରବକ୍ତା.....
ସେହି ଗରିମାରେ ମୋ' ଉତ୍କଳବାସୀ
ଦେଖାଇ ପାରେ ଦକ୍ଷତା ।।
ମହାର୍ଘ୍ୟ ମୁହୂର୍ତ୍ତ ତବ ଜନ୍ମତିଥେ
ବୀରତ୍ୱର ଗାଥା ଗାଏ.....
ମୃତ୍ୟୁଞ୍ଜୟ ଆହେ ବୀର ଭୂମିପୁତ୍ର
ଅଜମର ମାଟି କହେ ।।
ଛବିରାଣୀ ପତି , ମଧ୍ୟ ଶାସନ
ବିରିଡ଼ି , ଜଗତସିଂହପୁର ।।
ଫୋନ୍ -୯୩୩୭୯୬୦୦୬୦


0 Comments