କଲେଜ ରେ ଏକ୍ଜାମ ଚାଲିଥାଏ।
ଆଶିଷ ଚୁପ ଚାପ ବସିଥାଏ। ତା ପାଖା ପାଖି ଗୋଟେ ଝିଅ ଆଶିଷ କୁ ବାରମ୍ବାର ଦେଖୁଥାଏ।
ଝିଅ - ଧୀର ସ୍ୱରରେ ଆଶିଷ କୁ କହିଲା ତମେ କିଛି ଲେଖୁନ କଣ ପାଇଁ ଯେ।
ଆଶିଷ - ସେ ଝିଅ ର କଥା କୁ ଶୁଣିପାରେନି ଏବଂ ସେମିତି ବସିଥାଏ। ଝିଅ ଟି ଗୋଟେ ପ୍ରଶ୍ନ ର ଉତ୍ତର କାଗଜ ତାକୁ ବଢେଇ ଦେଇ ଲେଖିବାକୁ କହିଲା।
ଆଶିଷ - ତମେ କେମିତି ଜାଣିଲ ମୁ ଏଇ ପ୍ରଶ୍ନ ର ଉତ୍ତର କରିନି ବୋଲି।
ଝିଅ -ମୁଁ ଦେଖିଲି ତୁମେ ସେମିତି ବସିଛ ଗୋଟେ ପ୍ରଶ୍ନ କୁ ଦେଖି। ଝିଅ ଧୀରେ ଧୀରେ କହିଲା ତମ ପାଖରେ କିଛି ଅଛି କି ?
ଆଶିଷ - ଆରେ କଣ ଅଛି ?
ଝିଅ - ମାନେ କପି ଆଣିଛ କି ତମେ ?
ଆଶିଷ - ହଁ ରୁହ ଦେଉଛି।
ଏମିତି ସବୁ ଏକ୍ଜାମ ରେ କପି ଦିଆନିଆ ଦୁଇଜଣଙ୍କ ଭିତରେ ଚାଲିଲା।
ବୋଧେ ଶେ ଝିଅ ଟି ଆଶିଷ କୁ ପସନ୍ଦ କରୁଥିଲା। ଆଶିଷ କୁ ସେଇଠି ସେ ଝିଅ ପ୍ରତି କିଛି ଭଲ ପାଇବା ହୋଇଯାଇଥିଲା ।
ଆଶିଷ - ଗୋଟେ କଥା ପଚାରିବି ?
ଝିଅ - ହଁ କୁହ !
ଆଶିଷ - ତୁମ ନାମ କଣ ମୁଁ ଜାଣି ପାରିବି କି ?
ଝିଅ - ଟିକେ ହସି ଦେଇ ଧୀର ସ୍ୱରରେ କହିଲା ମୋ ନାମ *ପ୍ରୀତି*।
ପ୍ରୀତି - ଆଉ ତୁମ ନାମ କଣ ?
ଆଶିଷ - ମୋ ନାମ ଆଶିଷ।
ଆଶିଷ -ଆଛା ଗୋଟେ କଥା ପଚାରିବି କହିବ।
ପ୍ରୀତି - ହଁ ପଚାର।
ଆଶିଷ - ତମେ କଣ ମତେ ସତରେ ଭଲପାଅ ?
ପ୍ରୀତି - ନା ମିଛରେ ହି ହି ହି।
ଆଶିଷ - କୁହନା ପ୍ଲିଜ଼ କୁହ।
ପ୍ରୀତି - ମୁଁ ଜାଣିପାରୁନି ସବୁ ପୁଅ ମାନେ ଝିଅ ମାନଙ୍କୁ ବିଶ୍ୱାସ କଣ ପାଇଁ କରନ୍ତିନି।ତା ପର ଦିନ ପ୍ରୀତି ଆଶିଷ ପାଇଁ ନିଜ ହାତରେ ଆଳୁ ପରଟା କରି ଆଣିଥିଲା ।
ପ୍ରୀତି - ଆଛା କହିଲ ମୁଁ ତୁମ ପାଇଁ କଣ ଆଣିଛି। ଆଉ ଯୋଉଟା ତମର ବହୁତ ପସନ୍ଦ ମଧ୍ୟ ?
ଆଶିଷ - ଆଳୁ ପରଟା।
ପ୍ରୀତି - ହଁ।
ଆଶିଷ - ତମେ ମୋ ପସନ୍ଦ ନାପସନ୍ଦ କେମିତି ଜାଣିଲ ଏତେ ଖୁବ ସମୟ ଭିତରେ ।
ପ୍ରୀତି - ଯିଏ ଯାହାର ଖାସ ଥାଏ ନା ତା ପାଇଁ ସେ କିଛି ଖାସ କରିଥାଏ ବୁଝିଲ ମୋ ଧନ। ତମେ ପାଟି ଖୋଲିଲ ମୋ ଧନକୁ ମୁଁ ମୋ ନିଜ ହାତରେ ଖୋଇଦେବି।
ଆଶିଷ - ଖାଇବି ପରେ ପ୍ରଥମେ ତମେ ଆଖି ବନ୍ଦ କର।
ପ୍ରୀତି - ଆଛା ବାବା ଠିକ୍ ଅଛି।
ଆଶିଷ - ଏଇ ଦେଖ ମୁଁ ତମ ପାଇଁ କଣ ଆଣିଛି।
ପ୍ରୀତି - ଏ ମା କେତେ ସୁନ୍ଦର ହେଇଛି ହାର ଟି । ଆଇ ଲଭ ୟୁ ବାବୁ। ଧୀରେ ଧୀରେ ତାଙ୍କର ଭଲପାଇବା ନିବିଡ ହେବାକୁ ଲାଗିଲା ମାତ୍ର କିଛି ଦିନ ପରେ ...
ସମ୍ପର୍କ ନିବିଡ ହେବାରୁ ଛୋଟ ଛୋଟ କଥା ରେ ଝଗଡା ତାଙ୍କର ଆରମ୍ଭ ହେବାକୁ ଲଗିଲା। ଗୋଟେ ଦିନ ପ୍ରୀତିର ମାମୁ ଙ୍କ ପୁଅ ଆସିଥିଲେ ଏବଂ ପ୍ରୀତିର ଗାଁ ରେ ମହୋତ୍ସବର ହେଉଥିଲା ଭାଇ ଓ ଭଉଣୀ ବାଇକ ରେ ଯିବା ବେଳେ ଆଶିଷ ଆଖିରେ ପଡିଗଲା ପ୍ରୀତି ଅନ୍ୟ ପିଲା ସହିତ ବାଇକ୍ ରେ ବସି ଯିବାର। ଆଶିଷ ଜାଣିନଥିଲା କି ସେ ପ୍ରୀତିର ମାମୁ ଙ୍କ ପୁଅ ଯାହା ଫଳରେ ଆଶିଷ ପ୍ରୀତି ଉପରେ ସନ୍ଦେହ କରିବା ଆରମ୍ଭ କରିଦେଲା। ଆଉ ସେ ପ୍ରୀତି କୁ ବହୁତ ଗାଳି ଦେଲା।
ଆଶିଷ - ଛି ତମେ ଏମିତି କରିବ ବୋଲି ମୁ କେବେ ସ୍ଵପ୍ନରେ ବି ଭାବିନଥିଲି।
ପ୍ରୀତି - ପ୍ଲିଜ଼ ମୋ କଥା ତ ଟିକେ ଶୁଣ।
ଆଶିଷ - ଥାଉ କିଛି କହିବା ଆବଶ୍ୟକ ନାହିଁ । ଧରାପଡିଶାରିଲା ପରେ ସେମିତି ସମସ୍ତେ କୁହନ୍ତି।
ଆଶିଷ ର ଏମିତି କଥା ଶୁଣି ପ୍ରୀତି କିଛି କହିବା ପୂର୍ବରୁ କାନ୍ଦିବାକୁ ଲାଗିଲା।
ଆଶିଷ ତା ଲୁହ ଦେଖି ସହି ନପାରି ସେଠୁ ଚାଲିଆସିଲା। ଆଶିଷ କିଛି ଦିନ ପରେ ଜାଣିବାକୁ ପାଇଲା କି ପ୍ରୀତି ଜୀବନ ରେ ଆଗରୁ ଆଉ କିଏ ଥିଲା। ଆଶିଷ ର ରାଗ କମିଆସିଥିଲା ହେଲେ ପୁଣି ବଢିଗଲା ପ୍ରୀତି ଆଜି ଯାଏ ଏ କଥା ମୋ ପାଖରେ ଲୁଚେଇ ରଖିଛି କଣ ପାଇଁ। ଆଶିଷ ପ୍ରୀତି ପାଖକୁ ଫୋନ କରି ବହୁତ ଗଳି ଦେଲା।
ପ୍ରୀତି - କାନ୍ଦିକି କହିଲା ପ୍ଲିଜ଼ ମୁ ତମ କଥା ସାହିପାରନୁ। ତମେ ଟିକେ ମତେ ବୁଝିବାକୁ ଚେଷ୍ଟା ତ କର।
ଆଶିଷ - ତମେ ଆହୁରି ବି ବହୁତ କଥା ଲୁଚେଇ ଥିବ ମୋ ପାଖରେ ।
ପ୍ରୀତି - ନା ଧନ ମୁ କିଛି ବି ଲୁଚେଇନି । ସେ ଅତୀତ କଥା ଅତୀତ ରେ ରହିଯିବା ଟା ଉଚିତ୍ ମନେ କଲି ଯାହା ଫଳରେ ତମକୁ କିଛି କହିଲି ନାହିଁ ।
ଆଶିଷ - ମୁଁ ତମର କିଛି ବି କଥା ଶୁଣିବାକୁ ଚାହେଁନା । ସେ ଦିନ ଠୁ ଆଶିଷ ଆଉ ପ୍ରୀତି ମଧ୍ୟରେ ସ୍ରୁଷ୍ଟି ହୋଇଥିଲା ସନ୍ଦେହର ଫାଟ ଯାହା ଉଭୟ ଉଭୟଙ୍କ ଠୁ ଅଲଗା ହେଇଗଲେ। ଯେତେବେଳେ ଦୁଇ ଜଣ ଅଲଗା ହୁଅନ୍ତି ସେତେବେଳେ ଜଣେ ଆଉ ଜଣ ଙ୍କର ମହତ୍ୱ ବୁଝିପାରନ୍ତି। ପ୍ରୀତି ଆଖିରୁ ଲୁହ ଝରି ଝରି ତା ଆଖିର ଲୁହ ସରିଗଲା। ଆଶିଷ ର ପ୍ରୀତି କଥା ପ୍ରତି ମୁହୂର୍ତ୍ତରେ ମନେ ପଡୁଥିଲା ଆଉ ତା ସ୍ମୃତି ଆଖିରେ ସାମ୍ନାରେ ନାଚି ଉଠୁଥିଲା। ବେଳେବେଳେ ପାଗଳ ଙ୍କ ପରି ତାକୁ ଖୋଜିବୁଲୁଥାଏ। ଆଶିଷ କିଛି ଦିନ ପରେ ସତ କଥା ଜାଣିବାକୁ ପାଇଲା ଯେ ବାଇକ ରେ ତା ମାମୁ ପୁଅ ଭାଇ ଥିଲା। ଆଶିଷ ନିଜ ଭୁଲ ବୁଝିପାରି କାନ୍ଦିବାକୁ ଲାଗିଲା। ମୋ ପାଗିଳି କୁ ବିନା ଦୋଷ ରେ କେତେ କଣ କହିଦେଲି ତଥାପି ସେ ମୋ ମୁହଁରେ କେବେ ବି ଜବାବ ଦେଇନି। ମୋ ପାଗିଳି କୁ ବହୁତ କଷ୍ଟ ଦେଇଦେଲି ନା ଆଜି ଭୁଲ ମାଗି ପୁଣି ଥରେ ନିଜର କରିଦେବି। ହେଲେ ସମୟ ସବୁବେଳେ ସମାନ ନଥାଏ।
ଆଶିଷ - ପ୍ରୀତି କୁ ଫୋନ କରି କହିଲା। ମୁଁ ବହୁତ କଷ୍ଟ ଦେଇଛି ତମକୁ ପ୍ଲିଜ଼ ମତେ କ୍ଷମା କରିଦିଅ।
ପ୍ରୀତି - ମତେ ଆଉ ତୁମ କଥା ର ଫରକ କିଛି ପଡୁନି।
ଆଶିଷ - କାନ୍ଦିକି ମୋ ଭୁଲ ର କଣ କ୍ଷମା ନାହିଁ। ମତେ ବିଶ୍ୱାସ କର ମୁଁ ମୋ ଭୁଲ ବୁଝିପାରିଛି ।
ପ୍ରୀତି - ପ୍ଲିଜ଼ ମୁଁ ବହୁତ ଖୁସି ରେ ଅଛି। ମୋ ପିଛା ଛାଡିଦିଅ। ସେ ଝିଅ ଏ ଝିଅ ନୁହ ଯାହାକୁ ତମେ ଯେତେ କଥା କହିବ ଆଉ ତମର ସବୁ କଥା କୁ ମୁଣ୍ଡ ପାତି ସହିଯିବା।
ଆଶିଷ - ସତରେ କଣ ତମେ ଖୁସି ରେ ଅଛ ମୋ ବିନା।
ପ୍ରୀତି - ହଁ... ଖୁସିରେ ଅଛି ବହୁତ ଖୁସି ରେ।
ଆଶିଷ - କାନ୍ଦିକି ହୋଉ ମୁଁ ସେଇଟା ଚାହେଁ ତମେ ବହୁତ ଖୁସି ର ରୁହ ବହୁତ ଖୁସି ରେ ରୁହ। ତମେ ଖୁସିରେ ରହିଲେ ମୁଁ ବହୁତ ଖୁସି ହେବି। ଫୋନ କାଟିସାରିବା ପରେ ଆଶିଷ କାନ୍ଦି କାନ୍ଦି ବହୁତ ଥର କୁହେ "ଆଉ କେତେ ଅପେକ୍ଷା କରିବି ଲୋ ପାଗିଳି ଥର ଟିଏ ଆସି ଦେଖିଯା ତୋ ବିନା ମୁ କେମିତି ଅଛି। ମୁ ସିନା କହିଦେଲି ଖୁସି ହେବି ତୁ ଖୁସି ରେ ହେଲେ ମୁ ତୋ ବିନା ବଞ୍ଚିବା ମରିବା ସବୁ ସମାନ। ଆଜି ବି ପ୍ରୀତି ଏ ହୃଦୟ ଭିତରେ ଅଛି ଆଉ ସବୁ ମୁହୂର୍ତ୍ତରେ ମନେପଡୁଛି। ଆଳୁପରଟା ଆହୁରି କିଛି ସ୍ମୃତି ଆଉ ଅନେକ ଭଲପାଉଥିଲା ସେ ମୋତେ। ଆଜି ବି ଆଶିଷ ତା ଆସିବା ବାଟ କୁ ଚାହିଁ ରହିଛି। ତା ଆଖୀ ରୁ ଏବେ ବି ଲୁହ ଝରୁଛି।
ଆଦେଶ ନୁହଁ ଅନୁରୋଧ ଟିଏ ଯଦି ଆପଣ କାହାକୁ ନିଜଠୁ ଅଧିକ ଭଲ ପାଉଛନ୍ତି ତେବେ : - ସବୁ ପ୍ରେମିକ ପ୍ରେମିକା ମାନେ ନିଜ ପ୍ରେମିକ ପ୍ରେମିକା ଙ୍କ କଥା କୁ ସେତିକି ବିଶ୍ୱାସ କରନ୍ତିନି ଯେତିକି ଅଜଣା ଲୋକ ଙ୍କ କଥା କୁ ବିଶ୍ୱାସ କରନ୍ତି। ଯୋଉଁଥିପାଇଁ ପ୍ରେମ ରେ ବହୁତ ସାରା ସନ୍ଦେହ ଜାତ ହୁଏ ଆଉ ଭଲ ପାଇବା ଭିତରେ ଅନେକ ଫାଟ ସୃଷ୍ଟି ହୁଏ।
( The End )
ଭଲ ଲାଗିଲେ Share & like & Comments କରିବା ପାଇଁ ଭୁଲିବେ ନାହିଁ।।
ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର


0 Comments