ଲକ୍ ଡାଉନ୍



ଅସ୍ତ ବ୍ୟାସ୍ତ ଜମା
    ହୁଅ ନାହିଁ ଭାଇନା
ସବୁ ଥଣ୍ଡା ଜ୍ଵର
       ନୁହେ କରୋନା ।।

ଚୀନ୍ ରୁ ଆସିଛି
     ଏହି ମହାମାରୀ
ସତର୍କ ନ ହେଲେ
    ଆମେ ଯିବା ଯେ ମରି।।

ଆଖିରେ ନାକରେ
     ଜମା ମାରନି ହାତ
ଗୋଡ ହାତ ଧୋଇ
      ଆମେ ଖାଇବା ଭାତ।।


ସରକାର ଙ୍କ କଥାକୁ
    ଆମେ ସବୁ ମାନିବା
ପରିବାର ସହ ମାତ୍ର
      ଏକୋଇଶ ଦିନ ରହିବା।।

ହାତ ନ ମିଳାଇ
        କର ପ୍ରଣାମ
ଆମ ଏ ଜୀବନ
       ଦୁର୍ଲଭ ଜାଣ ।।

ସବୁ ନିୟମ ଯେ
       ଆମରି ପାଇଁ
ସଚେତନ ହେବା
      ସଭିଙ୍କ ସୁରକ୍ଷା ପାଇଁ।।

ନ ମାନିଲେ ଜମ
      ନେବ କୋଳେଇ
ଅନୁରୋଧ ଟିଏ
  ଘରେ ସୁରକ୍ଷୀ ରୁହ ଭଉଣୀ ଭାଇ ।।

ଦେବବ୍ରତ ବାରିକ
ସମ୍ପାଦକ :ପ୍ରୀତି ପ୍ରଣତି
ଆନନ୍ଦପୁର, କେନ୍ଦୁଝର

Post a Comment

0 Comments