ସତ୍ୟନାରାୟଣ କର
କଳ୍ପନା ତମେ
ଛପି ଛପି ଆସ ତମେ
ଅଙ୍କି ହୋଇଯାଅ ମୋ ମନ ରାଇଜରେ ।
ତାକୁ ନେଇ ବହୁଦୂରକୁ
ଅନେକ ଦୂରକୁ ଅନେକ ଦୂରକୁ
ମୁଁ ଚାଲି ଯାଏ।
ତମକୁ ନେଇ ମୁଁ ଉଡେ ଅକାଶରେ
ଛୁଇଁଯାଏ ସୂରୁଯ ଛୁଇଁ ଯାଏ ଚନ୍ଦ୍ରମା।
ପୁଣି କଳ୍ପନା ତମକୁ
କେବେ, କେବେ ନେଇ
ଲଂଘିଯାଏ ମୁଁ ବିଶାଳ ଗିରି
ଆଉ ଛୁଇଁଯାଏ ମୁଁ
କୋଟି କୋଟି ନକ୍ଷେତ୍ର।
କେବେ କେବେ କଳ୍ପନା ତମକୁ ନେଇ
ଆଙ୍କିଦିଏ ମୁଁ
ମୋ ହୃଦୟ କାନ୍ ଭିସ୍ ରେ
ମୋ ସ୍ୱପ୍ନର ରାଣୀ ର ପ୍ରତିଛବି।
ସତରେ କଳ୍ପନା
ତମେ ନଥିଲେ ରଙ୍ଗହୀନ ମୋ ଜୀବନ
ତମେ ନଥିଲେ ଫିକା ପଡିଯାଏ
ମୋର ସବୁ ସପନ।
କଳ୍ପନା ତମେ ବଡ ବିଚିତ୍ର
ତମକୁ ନେଇ ଗଢ଼େ ମୁଁ
ଅନେକ ଅନେକ ଚରିତ୍ର।
ତମକୁ ନେଇ କଳ୍ପନା
ମୁଁ କେବେ କେବେ ଚାଲିଯାଏ
ପରିରାଇଜ କୁ
ତମକୁ ନେଇ ଦକ୍ଷୀଣ ମୁହୂର୍ତ୍ତେ
ମୋ ପାଶେ ମୁଁ ପାଇଯାଏ
ମୋ ସ୍ୱପ୍ନର ରାଣୀ କୁ
କଳ୍ପନା ମୁଁ ତମକୁ ପାଇ
ମୁଁ ସବୁ ପାଇଯାଏ
ହାରିବି ଏ ସମାଜେ
ମୁଁ ଜିତିଯାଏ।
କୁଳିଅଣା, ମୟୂରଭଞ୍ଜ
ବାରିପଦା


0 Comments