ମକର



ପାହାଡ଼ି ଝରଣା ସମ
ତୁମେ ଏକ
ସ୍ଵର୍ଗୀୟ ଅନୁଭବ
ପାହାନ୍ତି ତାରା ପରି
ଉଦଭାସିତ ନବୀନ ସକାଳର
ଆଶା ଆଉ ଉଲ୍ଲସିତ ଭାବ।
ମକର,
ତୁମେ ତୁମ ଆଗମନେ
ଯାବଦ କ୍ଲେଶକୁ
ଯୋଜନ ଯୋଜନ ଦୁରକୁ ଫିଙ୍ଗି
ସୁରଭି ବିତରିଛି
ସବୁରି ମନ ଉହାଡରେ
ସରଗର ପାରିଜାତ ହୋଇ,
ଏକ ଏକ କୁ ଏକତ୍ର,
ମନକୁ ମଳୟ,
ହୃଦକୁ ହିମାଳୟ
କରି ବୁଣିଚାଲିଛି
ବନ୍ଧୁତ୍ବର ବୀଜକୁ
ବିବାଦର ପ୍ରାଚୀରକୁ ଭାଙ୍ଗିଦେଇ,
ହାତକୁ ହାତ ମିଳେଇ
କାନ୍ଧକୁ କାନ୍ଧ ମିଶାଇ
ନିର୍ମାଣ କରିଛି ପ୍ରୀତର ପ୍ରାଚୀର
ତୁମ ଅବତରଣରେ ପିଲାଠୁ ବୁଢ଼ା
ସରବେ ଉତ୍ସବ ମୁଖର
ତୁମେ ତୁମ ମାଙ୍ଗଳିକ ମୁହୂର୍ତ୍ତେ
ବିସ୍ମୃତ କରିଛ
ବିଗତ ସୁନାମୀର ବହୁ
ଉଜୁଳା ସ୍ମୃତି
ବିଷାଦର ବିଷକୁ
ମନ, ପ୍ରାଣ, ହୃଦୟରୁ
ବାହାର କରି,
ଆନନ୍ଦର ଅବାରିତ
ଅଶ୍ରୁଧାରାରେ ଅରପିଛ
ହୀରା,ନୀଳା,ମୋତି
ହଁ
ମହାମିଳନର ମହାର୍ଘ ପାଇଁ ତ
ତୁମେ ଦେଖାଇଛ ବାଟ
ସଂସାରର ନଈମାନଙ୍କୁ
ସେଇ ସମୁଦ୍ର ଆଡକୁ।

ସୁଜିତ୍ କୁମାର ମିଶ୍ର
ଜନାର୍ଦ୍ଧନପୁର ଶାଶନ
କେନ୍ଦୁଝର
ଭ୍ରାମ୍ୟଭାଷା - ୭୬୮୩୮୬୭୭୪୨

Post a Comment

0 Comments