ଦୁନିଆଁ ଭିଡ଼ ରେ
ଚଳନ୍ତି ବେଳରେ
ଠେଲାପେଲା ଅଳ୍ପ ବହୁତ ,
ସହିବାକୁ ପଡ଼େ
ନୀରବ ନିଶ୍ଚଳେ
ଲକ୍ଷ୍ୟ ଯଦି ଏକା ପର୍ବତ ।
ପଡ଼ିଲେ ବି ଧୂଳି
ବଳେ ଆସି ଉଡ଼ି
ଝାଡ଼ଝୁଡ଼ି ଆମ କରମ,
ଶରୀର ସଫେଇ
ଯେତେ କଲେ ନଇଁ
ଲାଗେ କି ନା ନାହିଁ ସରମ !
ସରମ ଦୁର୍ବଳ
ହାର ମନବଳ
ଜିତିବାର ବାଜି ବିହୀନ,
କରନା କଦାପି
ଦୃଢ଼ ସତ୍ୟ ଯଦି
ସଂଘର୍ଷ ଶପଥ ସମ୍ମାନ ।
ସମ୍ମାନ ର ଆଶା
ନୁହେଁ ତୁମ ଭାଷା
ଭାଷା ତୁମ ମୂଳ ମଧୁର,
ଭରିଲେ ଚିନ୍ତନ
ନହେବ ଶ୍ରୀହୀନ
ଭବିଷ୍ୟତସୁତଶ୍ରୀଧର ।
ଶ୍ରୀଧର ଉଚ୍ଚାଟ
ମାତାପିତା ଭେଟ
ମଙ୍ଗଳାଭଜନ କାରଣ,
ମଙ୍ଗଳ ମୁହୂର୍ତ୍ତ
ଲଙ୍ଗଳ ଭୂଷିତ
କ୍ଷେତଫଳ ଶେଷ ସୁବର୍ଣ୍ଣ ।
ସୁବର୍ଣ୍ଣ'ର ଅର୍ଥ
ନୁହେଁ ନାମ ସ୍ୱାର୍ଥ
ସ୍ୱାର୍ଥ ଅର୍ଥ ଆନେ ଦୁଃଖ,
ପୁଣି ଅପବାଦ
କରିଣ ବିବାଦ
ଦେଲେ ଶୂନ୍ୟ ସ୍ୱୟଂସୁଖ ।
ସୁଖ ସଂରକ୍ଷଣ
କର୍ତବ୍ୟ କୃପଣ
କରିଲେ କେବେ ନ ପ୍ରାପ୍ତ,
ଆତ୍ମ ଯା ଅତୃପ୍ତ
ମତି ବି ବିକୃତ
ଜୀବନ ଜହରତପ୍ତ ।
ମମତା ନାୟକ
କୃପାସିନ୍ଧୁ ପୁର( ଶାସନଗ) , ଗଞ୍ଜାମ


0 Comments