ଶୁଣ ବାଇମନ ଦେଇ ମନ ପ୍ରାଣ
ସତ ସଂସାରରେ ପ୍ରେମ,
ଏଇ ପ୍ରେମ ପାଇଁ ଆତ୍ମୀୟତା ଥାଇ
ସ୍ନେହ ଭକ୍ତିର ଜନମ ।
ଜନମ ମରଣ ସୃଷ୍ଟିର ନିର୍ମାଣ
ପ୍ରେମ ବିନା ସବୁ ଶୂନ୍ୟ,
ସକଳ ଜଗତ ପ୍ରେମ ଠାରୁ ଜାତ
କରି ପ୍ରଭୁ ତୁମେ ଧନ୍ୟ ।
ଧନ୍ୟ ତ କରିଛ ଜ୍ଞାନ ଦେଇଅଛ
ଶ୍ରେଷ୍ଠ ଏ ମାନବ ଜାତି,
ସଂସାରେ ନିଜର ବଡିମା ପ୍ରସାର
କରଇ ଦେଖାଇ ଶକ୍ତି ।
ଶକ୍ତିମାନ ଭାବି ହୋଇ ବଡଗର୍ବି
ଅନ୍ୟକୁ ଭାବେ ଯେ ତୁଚ୍ଛ,
ନପାଏ ଆଦର ହୁଏ ନିରାଦର
ମାନବ କୂଳେ ସେ ନୀଚ ।
ନୀଚ ମନଭାବ ପ୍ରେମ ଶୂନ୍ୟ ଜୀବ
ସର୍ପ ସମ ତା ସ୍ବଭାବ,
କରିଣ ବିନୟ କହଇ ଅକ୍ଷୟ
ତା ନିକଟୁ ଦୂରେଥିବ ।
ଅକ୍ଷୟ କୁମାର ବେହେରା
କେନ୍ଦୁଡିହା, ବଡସାହି, ମୟୂରଭଞ୍ଜ
ବାର୍ତ୍ତଳାପ:-୯୩୪୮୮୧୯୯୧୭


0 Comments