ଆଷାଢ଼ ମାସରେ ଅନୁଷ୍ଠିତ ଜାତ ଶୁ୍କଳ ଦ୍ଵିତୀୟା ତିଥିର
ଶ୍ରୀଗୁଣ୍ଡିଚା ନାମେ ଅନୁଷ୍ଠିତ ତିନି ରଥେ ବିଜେ ତିନି ଠାକୁର
ବଡଭାଇ ବଳଭଦ୍ର ଭାଇନା ଉପବେଶନ ତାଳଧ୍ୱଜରେ
ମଝିରେ ଆସଇ ସୁଦର୍ଶନ ସାଥେ ସୁଭଦ୍ରା ଦର୍ପଦଳନରେ
ହଟିଆ ଠାକୁର ଭକତର ବନ୍ଧୁ ବିଜେ କରନ୍ତି ଯେ ଶେଷରେ
ଝୁଲି ଝୁଲି ହଲି ଜଗତର ନାଥ ଆଗମନ ନନ୍ଦିଘୋଷ ରେ
ହଟିଆ ଠାକୁର ଭକତର ବନ୍ଧୁ ବିଜେ କରନ୍ତି ସେ ଶେଷରେ
ଝୁଲି ଝୁଲି ହଲି ଜଗତର ନାଥ ଆଗମନ ନନ୍ଦିଘୋଷ ରେ
କେତେ ହୁଳହୁଳି ଟାହିଟାପରା ଭାଙ୍ଗୀ ରଥ ଚାଲେ ଗଡି ଗଡି
ରମ୍ୟ ମନୋରମ ଦୃଶ୍ୟ ଦେଖିଣ ପାଗଳ ଯେସନ ଅତିବଡ଼ି
ଭକତ ଟାଣନ୍ତି ହରିବୋଲ କହି ଗୁଣ୍ଡିଚା ମାଉସୀ ଜଗିଛି
ଭାଇ ଭଉଣୀ ଯେ ଖାଇବେ ଆସିଲେ ପୋଡ଼ ପିଠା କରି ରଖିଛି
ନ ଦିନ ଧରି ଥଣ୍ଡା ଜରରେ ଆତିଥ୍ୟ ମାଉସୀ ଗୁଣ୍ଡିଚା ଘରେ
ନାନା ଦ୍ରବ ମିଠା ଖିରି ପୁରୀ ଭୁଂଜି ଲକ୍ଷ୍ମୀ ଙ୍କୁ ଭୁଲନ୍ତି ଠାକୁରେ
ମା ଠାକୁରାଣୀ ତେଣେ କାଳିଆ ଉପରେ କରିଛନ୍ତି ଭାରି ରୋଷ
ହେରାପଞ୍ଚମୀରେ ସେ ସଖି ଗଣ ସଂଗେ ଭାଙ୍ଗିଲେଣି ନନ୍ଦିଘୋଷ
ନବ ଦିନ ପରେ ବାହୁଡ଼ନ୍ତି ଦିଅଁ ବାହୁଡା ଯାତରା ବୋଲନ୍ତି
ସମସ୍ତଙ୍କୁ ଘେନିଣ ସଖା ସହୋଦର ବଡ଼ ଦେଉଳକୁ ଯାନ୍ତି
ରତ୍ନ ସିଂହାସନେ ବିଜେ କର ହେ ପ୍ରଭୁ ଜଗତ କଲ୍ୟାଣ କର
ତୁମ ନେତ ଉଡୁ ଶ୍ରୀନୀଳ ଚକ୍ରେ ସଦା ଉତ୍କଳ ଉଦ୍ଧାର କର
ତପନ କୁମାର ଦାଶ
କେସିଙ୍ଗା, କଳାହାଣ୍ଡି


0 Comments