ସମସ୍ତେ କୁହନ୍ତି ଟିକି ଶିଶୁଟି
ଗୁଲୁରୁ ଗୁଲୁରୁ ମୋର କଥାଟି
ଯୁକ୍ତାକ୍ଷର ନୁହେଁ ମୋର ଶବ୍ଦଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ନୁହେଁ ଅଭିଧାନ ମୋର ଶବ୍ଦଟି
ବା ଓ ମା ଡାକଇ ନିତି ମୁହିଁଟି
ଜେଜେ ଓ ମାଙ୍କର ମୁହିଁ ସାଥିଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ଥୁକୁଲୁ ଥାକୁଲୁ ଚାଲି ମୋରଟି
ଖିଲି ଖିଲି ହସ ମୋର ମୁହଁଟି
ଦୁଃଖୀର ଦୁଃଖ ମୁଁ ନେଇ ଯାଏଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ବାଲି ନଟପଟ ଖେଳ ମୋରଟି
ହିଂସା ଓ କପଟ ଜାଣି ନାହିଁଟି
ମାଆର ପଣତ ମୋର ସ୍ୱର୍ଗଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ଆଶିଷ କୁମାର ସ୍ୱାଇଁ ,
ସାବିତ୍ରୀ ଭବନ ,ସିଆରା ,ବ୍ରହ୍ମଗିରି ,
ପୁରୀ , ମୋ - 8114334496 .


0 Comments