ଅକ୍ଷୟ ତୃତୀୟା ମହାଶୁଭ ଦିନ
ସବୁ କାମେ ଫଳ ଶୁଭ
ବିନା ପାଞ୍ଜି ଦେଖି ତିଥି ନ ଜାଣି କି
କାର୍ଯ୍ୟ କର ଶୁଭାରମ୍ଭ ll
ଶୁକ୍ଳ ପକ୍ଷେ ପଡେ ଅକ୍ଷୟ ତୃତୀୟା
ବଇଶାଖ ମାସେ ଜାଣ
ଚାଷି ଚାହିଁ ଥାଏ ଏହି ଦିନଟିକୁ
ଅନୁକୂଳ ହେବ ଧାନ ll
ନୂଆ ଗଉଣିରେ ଧାନ ରଖି ଥାଏ
ଅଥବା ଟୋକେଇ ଟିଏ
ଗଉଣି ମୁହଁରେ ନୂଆ କନା ବାନ୍ଧି
ନଇବେଦ୍ୟ ପୂଜା ଦିଏ ll
ଘର ପୂଜା ପାତି ସରିଗଲା ପରେ
ବିଲରେ ପ୍ରବେଶ ହୁଏ
ଐଶାନ୍ୟ କୋଣରେ ଲଷ୍ମୀ ପୂଜା କରି
ଅକ୍ଷି ମୁଠି ବୁଣି ଥାଏ ll
ଅସୁମାରୀ ଆଶା ମନେ ଭରି ଥାଏ
କ୍ଷେତରେ ବିହନ ବୁଣି
ମାଆ ଲଷ୍ମୀ ଦେବି କୃପା ରକ୍ଷୀ ଥିବ
କରେ ଏତିକି ମାଗୁଣି ll
ବଡ଼ ଠାକୁରଙ୍କ ରଥ ଯାତ୍ରା ପାଇଁ
ରଥ କାଠ ଶୁଭାରମ୍ଭ
ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଲୋ
ଆଜି ଦିନରେ ଆରମ୍ଭ ll
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

0 Comments