ନଶ୍ବର ଦେହ ରେ ଈଶ୍ବର ଥିଲେ
ସତେ ଯେ ପଙ୍କ କମଳ
କାର୍ଯ୍ୟ କଷ୍ଟ ହେଲା ବୁଦ୍ଧି ଭ୍ରଷ୍ଟ ହେଲା
ପିଇଲି ମୃତ୍ୟୁ ର ଜଳ
ମାୟା ମୋହ ତ୍ୟଜି ଧରିତ୍ରୀ ଅଙ୍କରୁ
ନେଇ ଗଲି ମୁଁ ବିଦାୟ
ଈଶ୍ବର ରଚିତ ସୁନ୍ଦର ଧରା ରେ
ଚାଖିଲି ମୁଁ ପରାଜୟ
ଧର୍ମରାଜ ନେଲେ ଆତ୍ମା କୁ ଚୋରାଇ
ସାଜିଲି ମୁଁ ନରକଙ୍କାଳ
ଭୂମି ରେ ପତିତ ହେଲା ମୋ ଶବ
ଉଭେଇଲା ରକ୍ତ ମାଂସ ଲାଳ
ସୂର୍ଯ୍ୟାତାପେ ଶୁଖିଲା ଅସ୍ଥି ମୋର
ସାଜିଲି ମୁଁ କଙ୍କାଳରାଜ
ଅନ୍ଧକାର ବାର୍ତା ପ୍ରଚାର କରିବି
ହରଣ କରିବି ଧର୍ମର ଗଜ
କହୁଛି ଶୁଣ ହେ ନ୍ୟାୟ ର ଦୁନିଆ
ନିଜ ମୁଖୁ ନିଜ କାହାଣୀ
ମାନବ ଜନମ ସରିବା ପରେ
କଙ୍କାଳ ହେଲି ରେ ଧରଣୀ
ଚୁମ୍ବକୀୟ ନାଭି ଶକ୍ତି ଟାଣି ନିଏ ମୋତେ
କଲା ମୋତେ ସର୍ବ ଶକ୍ତିବାନ
ଶ୍ମଶାନେ ରହିଲି ପିଶାଚ ସଙ୍ଗରେ
ମିତ୍ର ଯେ ମୋର ଭୂତ ଡାହାଣ
ପିଶାଚିଣୀ ହେଲେ ମୋର ସହଚରୀ
କବର ହେଲା ମୋ ସିଂହାସନ
ରାତ୍ରି ରେ କରିଲୁ ମାନବ ସଂହାର
ନିଧନ କଲୁ ସଂସାର ମନ
ସାଜିଲୁ ଭୟ ଜେଜେ ଙ୍କ କଥାରେ
ଶୁଣୁଥିଲା ଯେବେ କୁନା
ଅଜା ଙ୍କ ଗଳ୍ପେ ଡରିଲା ନାତିଆ
ଶୋଇବାକୁ ଭଲ ଲାଗେନା।।
![]() |
| ( ପ୍ରୀତି ପ୍ରଣତି ସୃଜନର ଅନ୍ତଃସ୍ୱର ) |
କେତେ ଅଧର୍ମ କାମ କଲା ପରେ
ଧରାପଡେନି ତାନ୍ତ୍ରିକ ପାଖେ
ମାତ୍ର ପ୍ରଭୁ ନିତି ଦେଖନ୍ତି ମୋତେ
ଦେଲେ ଦଣ୍ଡ କାଳ କାଖେ
ଧରିଲା ଦିନେ ଏକ ତାନ୍ତ୍ରିକ ମୋତେ
ବାନ୍ଧିଲା ମୋତେ ତା ତନ୍ତ୍ର ରେ
ଭୁତାଦି ନିଶାଚର ସାଙ୍ଗକୁ ମୋର
କଏଦ କଲା ମନ୍ତ୍ର ରେ
ଦୟାକର ମୋତେ ହେ ଶ୍ରେଷ୍ଠ ନର
ତାନ୍ତ୍ରିକ ଠୁ ଉଦ୍ଧାର କର
ମୁକ୍ତି ଦିଅ ମୋତେ ତନ୍ତ୍ର ମାୟାରୁ
ରକ୍ଷାକର ମୋତେ ଦୟାକର
କଙ୍କାଳ ମିନତୀ ଶୁଣ ହେ ପୁଣ୍ୟାତ୍ମା
ମୋକ୍ଷ ମୋତେ କର ପ୍ରଦାନ
ବଚନ ଦଉଛି କୁ କାର୍ଯ୍ୟ ଛାଡିବି
ରକ୍ଷା କରିବି ମୁଁ ତବ ଜୀବନ
ମାନିଲା ନାହିଁ ସେ କଙ୍କାଳ ର ବାଣୀ
ଦେଲା ମୋତେ ସେଠି ଛାଡି
ରଡି ରଡି ମୋର ହାଡ ରହି ଗଲା
ଆସିଲା ତାନ୍ତ୍ରିିକ ମାଡି
ଭଷ୍ମ କରିଦେଲା ମୋ ସାଥି ମାନଙ୍କୁ
ଶେଷେ ଆସିଲା ମୋ ବେଳ
ହାଡ ଭାଙ୍ଗି ଦେଲା ଯନ୍ତ୍ରେ ପକାଇଲା
ସାଜିଲା ଅସ୍ଥି ର କାଳ
ଗୁଣ୍ଡ କଲା ସବୁ ଏକାଠି ରଖିଲା
ଗଙ୍ଗା ରେ ପକାଇଲା
ସେହିଦିନ ଠାରୁ ଶ୍ମଶାନ ଘାଟ ରେ
କଙ୍କାଳ ନ ଦିଶିଲା।
ଆୟୂଷ୍ମାନ ତ୍ରିପାଠୀ
ସିନ୍ଧେକେଲା



0 Comments