ଚାଲ ସଖି ଶ୍ରୀ କ୍ଷେତ୍ରକୁ ଯିବା
ବଡ଼ ଦିଅଁ ଦର୍ଶନ କରିବା।।
ହୋଇବ ସେଠି ସ୍ନାନ ପୂର୍ଣ୍ଣିମା
ଦେଖିବାରେ ଠାକୁର ମହିମା।।
ପ୍ରଭୁ ଗାଧିବେ ଖରା ଦିନରେ
ଶହେ ଆଠ ପାଣି ଗଗରାରେ।।
ସେବାୟତ ବହୁତ ଯତନେ
ଜଳ ଲଗାଇବେ ଖୁସି ମନେ।।
ଅଲୌକିକ ଅଟେ ପରମ୍ପରା
ଦେଖିଲେ ଖୁସି ଲାଗେ ନିଆରା।।
ସ୍ନାନ ପୂର୍ଣ୍ଣିମାରେ ପୂଜା କରି
ପୁଣ୍ୟ ଅର୍ଜେ ମାନସିକ ଧାରୀ।।
ବେଶୀ ଗାଧେଇ ପ୍ରଭୁ ଜ୍ବରରେ
ରହନ୍ତି ଅଣସର ଗୃହରେ।।
ଅସୁସ୍ଥ ହୋଇ ମୋୖନେ ବସନ୍ତି
ଭକ୍ତ ଗୁହାରୀ ବେଗେ ଶୁଣନ୍ତି।।
ପୂରଣ ହୁଏ ମନସ୍କାମନା
କରିବା ଆମେ ନିଶ୍ଚେ ପ୍ରାର୍ଥନା।।
ଭାରି ବଢିଆ ବଡ଼ ଠାକୁର
ସେବା ଯତ୍ନ କରିବା ତାଙ୍କର।।
ଆଶୀର୍ବାଦ ପାଇ ଭଵିଷ୍ୟତେ
ଜାତି ଟେକ ରଖିବା ଜଗତେ।।
ଭବାନୀ ଶଙ୍କର ଗିରି
ଆମ୍ବଡ଼ିହା,ବିଜାତଳା, ମୟୁରଭଞ୍ଜ


0 Comments