ହଁ।ଏପ୍ରିଲ ମାସ ଆସିଯାଇଛି।ଖରା ପରେ ବର୍ଷା।ବର୍ଷା ପରେ ଶୀତ।ଶୀତ ପରେ ଖରା ।ପୁଣି ଖରା ପରେ ବର୍ଷା।ସମୟର ଋତୁ ଚକ୍ରରେ ଖରା ବର୍ଷ ଶୀତ ଏମିତି ଚାଲିଥାଏ ଏ ଧରା ପୃଷ୍ଠରେ।ବିଭିନ୍ନ ଋତୁକୁ ନେଇ ବିଭିନ୍ନ ଅନୁଭୁତି ରହିଥାଏ।ଗ୍ରୀଷ୍ମ ଋତୁ କଥା ଚିନ୍ତକଲେ ଏଠି ଭୟ ଯାଏ।ତାହା ଆମେ ଏଠାରେ ଆଲୋଚନା କରିବା।।
ଆଜିକାଲିର ଆଧୁନିକ ଯୁଗରେ ମଣିଷ ତା'ର ପରିବେଶ ପ୍ରତି ଧ୍ୟାନ ନ ଦେଇ ମନଇଚ୍ଛା କାର୍ଯ୍ୟ କରୁଛି।ଯାହାଫଳରେ ତାପମାତ୍ରା ବୃଦ୍ଧି ସହ ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି ।ଯାହାଫଳରେ ଗ୍ରୀଷ୍ମ ଋତୁରେ ଅଂଶୁଘାତରେ ଲୋକମାନେ କଷ୍ଟ ଭୋଗୁଛନ୍ତି। ବର୍ଷା ଅଭାବରେ ବିଭିନ୍ନ ପଶୁପକ୍ଷୀ ତଥା ଗାଈଗୋରୁ ଜଳାଭାବରେ ବହୁ ଅସୁବିଧା ଭୋଗୁଛନ୍ତି।ଲୋକମାନଙ୍କର ଜଳାଭାବ ନକହିଲେ ଭଲ।ତେଣୁ ଜଳର ସୁରକ୍ଷା ଆମ ଦାୟିତ୍ବ।
![]() |
| ( ପ୍ରୀତି ପ୍ରଣତି ସୃଜନର ଅନ୍ତଃସ୍ୱର ) |
ଜଳାଭାବର ଆଶଙ୍କା ଏକ ନୂତନ ବିଶ୍ୱଜୟୁଦ୍ଧର କାରଣ ହୋଇପାରେ ବୋଲି କେତେକ ବିଶେଷଜ୍ଞ ମତ ଦିଅନ୍ତି।ତେଣୁ ଜଳାଭାବଦୃଷ୍ଟିରେ ରଖି ଆମକୁ ଏବେଠୁ ସଜାଗ ରହିବାକୁ ପଡିବ।ଆଉ ବର୍ଷା ଜଳ ଅମଳ ଉପରେ ଧ୍ୟାନ ଦେବାକୁ ପଡିବ।
ତେଣୁ ଜଳ ସୁରକ୍ଷା ଏବଂ ବର୍ଷା ଜଳ ଅମଳର ଉପାୟ ମଧ୍ୟ ବିଭିନ୍ନ ପୁସ୍ତକ,ଟିଭି ଏବଂ ସୋସିଆଲ ମେଡ଼ିଆରେ ଉପଲବ୍ଧ ହୋଇଗଲାଣି।ତେଣୁ ଜଳର ଉପଯୁକ୍ତ ବ୍ୟବହାର କଲେ ଆମେ ଏହି ସଙ୍କଟ ରୁ ମୁକ୍ତି ପାଇପାରିବା।
ନଗାର୍ଜୁନ ରାଉଳ



0 Comments