ଶ୍ରମିକ - ଜୟଶ୍ରୀ ମେହେର



ମାଟିକୁ ହାଣି ପରିଶ୍ରମ କରି
ଦି ମୁଠା ଅନ୍ନ ଯୋଗାଏ
ପୁଣି କିଏ ହଲ କରି
ତାରି କ୍ଷେତରେ ସୁନାର ଫସଲ
ଫଳାଇଥାଏ
କଳକାରଖାନାରେ ଦିନରାତି
କଠିନ ପରିଶ୍ରମ କରି
ଯୋଗାଇଥାଏ ଖାଦ୍ୟ
ପେଟ ବିକଳକୁ ସହ୍ୟ କରି ନ ପାରି
ଦିନରାତି ରିକ୍ସା ଟାଣିଥାଏ
ପରିବାରକୁ ପୋଷିବାକୁ
ମାଟିବୁହେ , କାଠ ହାଣେ 
ମିସ୍ତ୍ରୀ କାମକରି ଗଢିଦିଏ 
ବଡବଡ କୋଠା
ଖରା ବର୍ଷା ଶୀତର ତାତିକୁ 
ବେଖାତିର କରି
କରେ ହାଡଭଙ୍ଗା ପରିଶ୍ରମ
ମୁଣ୍ଡର ଝାଲକୁ ତୁଣ୍ଡରେ ମାରି
ଦିନରାତି କରିଥାଏ ଏକାକାର
ଆଉ କିଏ ଲେଖନୀ ମୁନରେ 
ଆଙ୍କିଦେଇଥାଏ 
ନିଜର ଭାବନାକୁ
ତାରି ପରିଶ୍ରମ ପାଇଁ
ଘରେ ଚୁଲି ଜଲେ
ଦିନରାତି କଠିନ ପରିଶ୍ରମ କରୁଥିବା
ପ୍ରତ୍ୟେକ ମଣିଷ ଜଣେ ଜଣେ
ଏଇ ଦୁନିଆରେ ଶ୍ରମିକ

                ଜୟଶ୍ରୀ ମେହେର
            ବନୁପାଲି, ବରଗଡ଼

Post a Comment

0 Comments