ଜ୍ଞାନର ପୃଷ୍ଠା ସେ ଗୁନ୍ଥି ରଖିଥାଏ
ବାଣ୍ଟିଚାଲେ ଅବିଶ୍ରାନ୍ତ
ଆଶ୍ୱାନ୍ୱିତ ତଥ୍ୟ ସଂକଳନ କରେ
ନ ହୁଏ କେବେ ସେ କ୍ଳାନ୍ତ ॥
ପ୍ରାଶ୍ନିକର ସେତ ଅଟେ ପାକହାଣ୍ଡି
ବିଦ୍ୟାର୍ଥୀ ର ନିର୍ମାଣକ
କିଏ ସେ ଗଢ଼ିଲା ରୂପଲେଖ ତାର
ଧନ୍ୟ ସେହି ଉଦ୍ଭାବକ ॥
ସାହିତ୍ୟ, ବିଜ୍ଞାନ, ଭୌଗଳିକ ଜ୍ଞାନ
ଦର୍ଶାଏ ଅଙ୍କର ଧାରା
ପ୍ରତିଦ୍ଵନ୍ଦ୍ବୀ ମତ ରଖେ ନାହିଁ ସେତ
ଚିନ୍ତଇ ସମାନ ପରା ॥
ବାଳ ଠାରୁ ବୃଦ୍ଧ ନୁହେଁ ପ୍ରତିଷିଦ୍ଧ
ନିମ୍ନୋନ୍ନତ ଦେଖେ ନାହିଁ
ସମୟ ସଙ୍ଗତେ ବଦଳାଏ ତନୁ
ଅର୍ଥର ସ୍ୱରୂପ ଚାହିଁ ॥
କେତେ ସଫଳତା ପାହାଚ଼ ଗଢ଼ିଛି
ଦର୍ଶାଇଛି ନବ ପଥ
ବିମର୍ଷ କରିନି ବିଦ୍ଯାର୍ଥୀ ଉତ୍ସାହ
ଚଲାଇଛି ଜ୍ଞାନ ରଥ ॥
ଦୁଇଟି ଅକ୍ଷର ଅଟେ ମନୋହର
କିଏ ନ ଜାଣିଛି ଭାଇ
ପ୍ରତୋଦ ଆଘାତ ତା ଯୋଗୁଁ ବାଜିଛି
ନାମ ଯେ ଅଟଇ ବହି ॥
ଆଶ୍ରିତ୍ ମହାପାତ୍ର
ଟାଙ୍ଗି,ଖୋର୍ଦ୍ଧା
ଦୂରଭାଷ_୯୭୭୮୮୦୮୩୩୦


0 Comments