ଦାଦନ କାହାଣୀ - ଲଲାଟେନ୍ଦୁ ବାରିକ

ସ୍ବାଧିନ ଭାରତର ନାଗରିକ ଆଜି
      ବିଦେଶେ ଦାଦନ ଖଟୁଛି
ସାତପୁରୁଷ ର ଭିଟାମାଟି ଛାଡ଼ି
    ପର ଅଧିନେ ଲୋତକ ଢାଳୁଛି
ସଂସାର ର ବୋଝ,ପେଟଚାଖଣ୍ଡାକ
   ତାକୁ ଦାଦନ ଶ୍ରମିକ ଗଢିଛି
ଗର୍ଭବତୀ ସ୍ତ୍ରୀ ,ମାଆ ସ୍ନେହ ଭୁଲି
     ମାଇଲ ସେ ଧାଇଁ ଆସିଛି
ଥାଇ ଘରଦ୍ୱାର ଆଜି ଯାଯାବର
    ଭାଗ୍ୟ ତା ସାଜେ ବଇରୀ
କଷଣ ,ଶୋଷଣ ନାନା ଅତ୍ୟାଚାରେ
    ସଂସାର ଯୂଇ ରେ ଜଳି ମରେ
ନାନା ଆଶା ନେଇ ମନେ ସ୍ବପ୍ନ ଭରି
    ଖଟି ଚାଲେ ତୁଣ୍ଡେ ଝାଳ ମାରି
ଭୁଲି ହସଖୁସି ପରିବାର ପାଇଁ
    ରହିଛି ପ୍ରାଣ କୁ ବାଜି ଲଗାଇ
 ବିଚିତ୍ର ମୟ ଏହି ସଂସାର ରେ
     ବଞ୍ଚିବା ଲାଗେ କଷ୍ଟକର
ଧନୀ ଵୋଲୁଥାଏ ନିଜେ ସର୍ବେସର୍ବା
   ଶ୍ରମିକ କୁ ମଣେ ହୀନମନା
ତେଲ ଲୁଣ ର ତାର ସଂସାର ଟି
   ଦୁଃଖ କଷ୍ଟେ ହୁଏ ଜର୍ଜରିତ
ସରକାରୀ ଯୋଜନା ଅଟେ ସପନ
  ଧନୀର ତାହା ହାତର ଖେଳ
ଦାଦନ ଶ୍ରମିକ ଆଜି କବଳିତ
   ତା ପାଇଁ କେହି ନୁହନ୍ତି ଚିନ୍ତିତ
ସେ ଚାହେଁ ସଂଘର୍ଷ ର ଅନ୍ତ
   ସମସ୍ତେ ଲଭିଵେ ଯଶୋବନ୍ତ।। 

 ଲଲାଟେନ୍ଦୁ ବାରିକ 
ବାସୁଦେବପୁର,ଭଦ୍ରକ
୭୩୨୬୮୮୮୦୯୩

Post a Comment

0 Comments