ସ୍ୱାଭୀମାନୀ ମଣିଷ - ଆଶୁତୋସ ଜେନା



ସେଦିନ ଥାଏ ଜାନୁୟାରୀ ମାସ ମଙ୍ଗଳବାର ୨୦୨୦ ମସିହା। ମୁଁ ଏବଂ ମୋ ବନ୍ଧୁ ବାହାରିଲୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ରୁ  ବାଉଁଶପାଳ ଅଭିମୁଖେ। ଆମେ ଦୁହେଁ ରାସ୍ତା ରେ ଯାଉ ଯାଉ ଠାକୁରମୁଣ୍ଡା ଅଞ୍ଚଳର ରାସ୍ତା କଡରେ  ଜଣେ ବୁଢା ମଉସାଙ୍କୁ ଦେଖିଲୁ ଏବଂ ଗାଡି ଟିକୁ ରାସ୍ତା କଡ଼ରେ ରଖି   ବୁଢା ମଉସା ଙ୍କ ପାଖକୁ ଗଲୁ।

 ବୁଢ଼ା ମଉସା ଧିରେ ଧିରେ ଚାଲୁ ଥାଆନ୍ତି। ମୁଁ ତାଙ୍କୁ ପଚାରିଲି  ମଉସା କୁଆଡେ ଯାଉଛନ୍ତି ଏ କୋବି ବୁଝେଇ ଝୁଡ଼ି ଧରି। ମଉସା ଧିର ସ୍ଵରରେ  କହିଲେ ବାବୁ ରେ ପାଖ ହାଟ କୁ ଯାଉଛି ବେପାର ବେଉସା କରିବାକୁ । ତାଙ୍କ ଦେଖି ଜଣା ପଡିଯାଉଥିଲା ଯେ ମଉସାଙ୍କ ବୟସ ପାଖା ପାଖି ୭୦ ରୁ ୭୫ ହେବେ ବୋଲି  ବୟସ ର ଅପରାହ୍ନ ରେ ପହଞ୍ଚି ସାରିଛନ୍ତି  ସେ। ଏତେ ପରେ ବି କାନ୍ଧ ରେ କୋବି ଝୁଡି ର ବୋଝ।

  ଝୁଡି କୁ ତଳେ ଥୋଇ  ଅଣ୍ଟା ସଳଖି ଛିଡା ହେଲେ  ମଉସା। ମୁଁ ପଚାରିଲି ମଉସା ଆପଣଙ୍କ ର ଆଉ କଣ  କେହି ନାହାନ୍ତି ଏ କୋବି  ଭାର ଆଣିବା ପାଇଁ ଧିର ସ୍ଵରରେ  କହିଲେ ନା ରେ ପୁଅ  କେହି ନାହାନ୍ତି। ମୁଁ  ଆଉ ତୋ ମାଉସୀ  ଆମେ ଦୁଇ ପ୍ରାଣୀ କୁଟୁମ୍ବ।

ମୁଁ ତାଙ୍କୁ ପଚାରିଲି  ମଉସା ଆପଣ କଣ ନିଜ ବାଡିରେ କୋବି ଚାଷ କରନ୍ତି। ସେ ଟିକେ ହସି ଦେଇ କହିଲେ ହିଁ ରେ ବାପା ମୁଁ  ହିଁ କରିଛି  ମୁଁ କରିବିନି ତ କିଏ କରିବ। ଚାଷ ନ କରିଲେ ବେପାର ବେଉଷା ନ କଲେ ଖାଇବାକୁ ଦେବ କିଏ ଆମକୁ।

ଏମିତି କିଛି କୌତୁହଳ କଥା ହଉ ହଉ ବହୁତ ସମୟ ହେଇ ଯାଇଥାଏ। ମଉସା କହିଲେ ବାପରେ ମୁଁ ଯାଉଛି  ହାଟ ପଡିବାର ସମୟ  ହୋଇଗଲାଣି  ବେପାର ନ ହେଲେ  ପୁଣି ଆମେ ଓପାସ ରହିଯିବୁ। ତାଙ୍କ ସହିତ କଥା ହେଉ ହେଉ ମୁଁ ଜାଣିପାରିଲି ନାହିଁ ସମୟ ର ଅବଧି। ମଉସା ତାଙ୍କ କୋବି ଝୁଡି ଭାରେଇବାକୁ ଲାଗିଲେ  ମାତ୍ର ତାଙ୍କର ସେ କଷ୍ଟ ଅନୁଭବ କରିପାରୁଥିଲି ହେଲେ କଣ ବା କରିପାରିବି। ମୋ ମନ ଟା ଟିକେ ଭଲ ଲାଗିଲା ନାହିଁ ମୁଁ ମୋ ପର୍ସ  ରୁ ୧୦୦ ଟଙ୍କିଆ ନୋଟ୍ ଟେ ବାହାର କରି ଏବଂ ମଉସାଙ୍କୁ ଦେଲି 
ହେଲେ  ମଉସା ରଖିଲେ ନାହିଁ। ବାରମ୍ବାର ଅନୁରୋଧ କରିବା ପରେ  ପଇସା ଗ୍ରହଣ  କଲେ ।।

ମୁଁ ତାଙ୍କୁ ପଚାରିଲି ମଉସା ଆପଣଙ୍କ ର ନାମ  ଏବଂ ଗାଁ ର ନାମ  କଣ ?  ସେ ତାଙ୍କର ଏବଂ  ତାଙ୍କ ଗାଁର ନାମ କହି  ଧିରେ ଧିରେ ଝୁଡି ଭାରେଇ ତାଙ୍କ ଲକ୍ଷ ଜାଗା କୁ ଚାଲିଲେ।

ମୁଁ  ଭାବିଲି କେତେ ସ୍ୱାଭିମାନ
ଚିନ୍ତାଧାରା ର ମଣିଷ ଏମାନେ। ତା ପରଦିନ  ମୋର ସାଙ୍ଗ କୁ କହିଲି ସେ ମଉସାଙ୍କ ଗାଁ କୁ ଯିବା ପାଇଁ। ମୁଁ ଏବଂ ମୋର ବନ୍ଧୁ ବାହାରିଲୁ ମଉସାଙ୍କ ଗାଆଁ ଅଭିମୁଖେ। ମାତ୍ର କିଛି ସମୟ ଭିତରେ ପହଞ୍ଚିଲୁ ସେହି ଠାକୁରମୁଣ୍ଡା ର ସଇଳମୁଣ୍ଡା ଗାଁରେ। 
ଗାଁ ର କିଛି ଲୋକ ମାନଙ୍କୁ ପଚାରି ପହଞ୍ଚିଲି ଗଲୁ ମଉସାଙ୍କ ଘରେ ।

ମତେ ପ୍ରଥମେ ଚିହ୍ନି ପାରିଲେ ନାହିଁ। ଚିହ୍ନା ଦେବାରୁ ଜାଣିପାରି କୁଣ୍ଢେଇ  ପକାଇଲେ । ଦାଣ୍ଡରେ ପଡିଥିବା ଖଟିଆରେ ବସାଇ ତାଙ୍କ  ସହଧର୍ମିଣୀ କୁ କହିଲେ ଚା ଟିକେ କଲୁ। ମୁଁ ମାଉସୀଙ୍କୁ ମୁଣ୍ଡିଆ ଟିଏ ମାରିଲି  ମାଉସୀ ଙ୍କର ବି ସମାନ  ଅବସ୍ଥା ନଇଁ ନଇଁ ଚାଲୁଥିଲେ  ମାଉସୀ  ଚା ମାଟି ହାଣ୍ଡିରେ କେବେ ଦେଖି ନ ଥିଲି  ପ୍ରଥମ ଥର ପାଇଁ ଦେଖି ବହୁତ ଖୁସି ଲାଗିଲା ଭାବିଲି ଏହି ଠାରେ ହିଁ ପକୃତି ର ଉପାଦାନ।

ପାଖରେ ଜଙ୍ଗଲ, ପାହାଡ, ନୁଆଣିଆ ଚାଳ ଘର  ସତରେ  ବହୁତ ଖୁସି ଲାଗିଲା ପ୍ରକୃତି ଏ   ଉପାଦାନ ପାଖରେ ପାଇ।।

 ମଉସା ତାଙ୍କ ଦୁଃଖ ଭରା କଥା କହୁଥାନ୍ତି। ମୁଁ  ବହୁତ କଷ୍ଟ ଅନୁଭବ କରୁଥିଲି  ମଉସା ଙ୍କର ଦୁଇ ଆଖିରୁ ଲୁହ  ଧାର। ମୁଁ ନିଜକୁ ରୋକି ପାରିଲି ନାହିଁ ମୋ ଆଖିରୁ ଲୁହ ଟିକେ ଝରି ପଡିଲା। ମୁଁ ମୋ ହାତରେ  ଲୁହ ପୋଛିଦେଲି  
ଆଉ କିଛି ସମୟ କଥା ହେଲା ପରେ  ବାହାରିଲୁ  ହରିଚନ୍ଦନପୁର ଆସିବାକୁ  ହେଲେ ମନ ହେଉ ନଥାଏ  ମଉସା  ମାଉସୀ ଛାଡି  ଆସିବାକୁ। ଜେମିତି ନିଜର କରି ନେଇଛନ୍ତି ସେମାନେ।


 ମୁଁ ତାଙ୍କ କଷ୍ଟ ଦେଖି ସହିପାରିଲିନି  ଏ ପରିଣତ ବୟସରେ ବୁଢା ମଉସା  ଆଉ ମାଉସୀ  ର କଷ୍ଟ। ମଉସା ଆଉ  ମାଉସୀ ଙ୍କ ଠାରୁ ଆଶୀର୍ବାଦ  ଭିକ୍ଷା କରି ଚାଲିଆସିଲି।

 ସବୁ ସମୟରେ  ଗୋଟିଏ କଥା ମନେ ପଡେ  କେତେ ସ୍ୱାଭିମାନ   ନିଜ କଷ୍ଟ ସହି ଏ ପରିଣତ ବୟସରେ ବଞ୍ଚିବା କୁ ସାହାସ ଏବଂ ନିଜର ଆତ୍ମସମ୍ମାନ ହରେଇ ନାହାଁନ୍ତି। ଆଉ ନିଜ ସକ୍ଷମ ରେ ନିଜ ପାରିବା ପଣିଆରେ ବଞ୍ଚିଛନ୍ତି।
          =ସମାପ୍ତ=
                           ଆଶୁତୋସ ଜେନା

Post a Comment

0 Comments