ଦେହ - ଦୁଷ୍ମନ୍ତ ବେହେରା



ହାଣ୍ଡିଗଡ ଗ୍ରାମରେ ବେସ୍ ହସ ଖୁସିରେ ରହୁଥିଲେ ଧାର କୁଡ ଙ୍କ ପରିବାର କହିଲେ ନିଜ ସ୍ତ୍ରୀ ଓ ଝିଅ ସୁଲଗ୍ନା କୁଡ କୁ ୧୩ ବର୍ଷ ହୋଇଥାଏ। ହାଣ୍ଡିଗଡ ଗାଁ ରେ ଆମ୍ଭ ତୁଟା, ଝରଣା ଗାଁ ଦାଣ୍ତ ମହକରେ ସୁଲଗ୍ନା ହସଖୁସିରେ ବୁଲିଆସେ। 

      ଦିନେ ହଇଜା ମହାମାରୀ ବ୍ଯାପିଲା, ଗାଁର ଅନେକ ଲୋକ ଓ ନିଜ ମାଆ ବାପା ଆକ୍ରାନ୍ତ ହୋଇ, ମୁତ୍ଯୁ ବରଣ କଲେ। ସୁଲଗ୍ନା ଚିନ୍ତା ରେ ପଡିଗଲା କଣ ଖାଇବ କିପରି ଚଳିବ ଆଖି ର ଲୁହ ମନର ବେଦନା କହିଦେଉଥିଲା। ତୁମେ ଏକା ହୋଇଗଲ। ଦେହର ଯୌବନ ମନର ବିଳାସ କହୁଥିଲା ମନରେ କଣ ପାଇଁ କାନ୍ଦୁଛ ଏ ଦୁନିଆ ଏମିତି କନ୍ଧାଏ। 

ଏହି ସମୟରେ ଜୁନାଗଡ଼ ଗାଁ ରୁ ଅଜା ହରିଆ କୁଡ ଆଇ ସୁଲଣା କୁଡ ଆସିଲେ ଓ ସୁଲଗ୍ନା କୁ ନିଜ ସାଥିରେ ନେଇଗଲେ। ଜୁନାଗଡ ଗାଁରେ ଅଜା କହିଲେ ଏ ବୁଦ୍ଦାବୟସରେ କି ରୋଜଗାର କରିବି। 

ପରିବାର ଟି ଦୁଃଖ ରେ ଚଳୁଥିଲା । ଓଳିଏ ଖାଇଲେ ଓଳିଏ ଓପାସ। ହରିଆ କୁଡ ମଝିରେ ମଝିରେ ମଦପିଏ। ସୁଲଗ୍ନା ଘରର ଦୁଃଖ ଦେଖି ଗାଁ ଜଙ୍ଗଲ ରୁ ମହୁଲ ଫୁଲ, ଶାଳପତ୍ର, କେନ୍ଦୁପତ୍ର ତୋଳି ବିକ୍ରିକରି ଘର ଚଳାଏ। 

    ଦିନେ ଖାଇବାର ଅଭାବ ହେବାରୁ ଅଜା ହରିଆ କୁଡ ମହୁଲି ମଦ ପିଇ ଆସି ଆଈ ସହିତ ଝଗଡ଼ା କରିଲା। ସୁଲଗ୍ନା ଆସି ମନା କରିବାରୁ ଅଜା ତାକୁକହିଲା ଭୁଆଁସୁଣି ଝିଅ ଅଲକ୍ଷଣୀ, ମାଆ କୁ ଖାଇଲୁ ବାପା କୁ ଖାଇଲୁ ଏଠି ଆସିଛୁ ଆମକୁ ଖାଇ ବାକୁ ଲୋ ପୁଡାମୁହିଁ ତୋ ମୁହଁ ଦେଖିଲେ ଅଦଛ। ଯାଉନୁ ଦେହ ବିକ୍ରି କରିବୁ। 

ଘର ଚଳିବ ଆଇ ସୁଲଗ୍ନା କୁଡ ଏ କଥା ସହି ନ ପାରି କହିଲା ଦେହ ବିକ୍ରି କରିବୁ ହେଲେ କାହାକୁ ହାତ ପତାଇବୁ ନାହିଁ। ଲୋକେ କହିବେ ଭିକାରୀ ଟା, ଏକଥା ଶୁଣି ସୁଲଗ୍ନା କାନ୍ଦି କାନ୍ଦି ବାହାରକୁ ଚାଲି ଆସିଲା। 

    ମନର ଦୁଃଖ ଓ ପେଟର ଭୋକ ସୁଲଗ୍ନା କୁ ରାଜରାସ୍ତାକୁ ଆସିବାକୁ ପଡିଲା। ଦୁଇଜଣ ଲୋକ ଙ୍କୁ କହିଲା ମୁଁ ଦେହ ବିକ୍ରି କରିବି। 

   ଦୁଇଜଣ ଲୋକ ଶୁଣୁ ଶୁଣୁ କହିଲେ ମୁଁ ଆଗ ତଟକା ମାଂସ ଲୋଭ ଏତେ ପାଗଳ କରିଥିଲା। ଲୋକ ଟି କହିଲା କେତେ ଟଙ୍କା ନେବୁ ଝିଅ। ସୁଲଗ୍ନା କହିଲା ମୁଁ ପଇସା ନେବି ନାହିଁ। ମୁଁ ଖାଇବି ଓ ମୋ ଘରକୁ ଖାଇବା ନେବି, ଏଇକଥା ଶୁଣିଲା ପରେ ପ୍ରଥମ ଲୋକଟି କହିଲା ମୁଁ ଆଗ ଉପଭୋଗ କରିବି। 
              ( Pritipranati57@gmail.com ) 

ସୁଲଗ୍ନା କହିଲା ତୁମେତ ଉପଭୋଗ କରିବ ହେଲେ ଦୁନିଆ କହିବ ବେଶ୍ଯା, ମୋ ଦେହରୁ ବେଶ୍ଯା କଳଙ୍କ ଟି ଲିଭେଇଦେଇ ପାରିବ। ଟଙ୍କା ଦେଇ ମୋ ଇଜ୍ଜତ ଫେରେଇ ପାରିବ। ସାଇ ପଡିଶାର ଟୁପୁର୍ ଟାପୁରୁ ରୁ ରକ୍ଷା କରିପାରିବ। 

ଦୁଇଜଣ ଲୋକ କହିଲେ ହଁ ଝିଅ ଆମେ ରକ୍ଷା କରିବୁ। ଦେହକୁ ଉପଭୋଗ କରି ଛି ରେ ଛାପ ପକାଇ ଚାଲିଗଲେ। ମାଂସ ବିକଳର ମଣିଷ। ମାଂସ ବିକଳରେ ମିଥ୍ଯା ପ୍ରତିସୂତି ଦେଇ ଉପଭୋଗ କରି ଚାଲିଗଲେ। 

     ଏ ଦୁନିଆ ଏତେ ସ୍ବାର୍ଥପର କାମ ସରିଲେ କିଏ କାହାର ସୁଲଗ୍ନା କହିଲା ଛଳନା ଦୁନିଆ ରେ ବଞ୍ଚିବା ଏତେ ଯେ କଷ୍ଟ। ଆଖି ର ଲୁହ ଆପେ ଝରୁଛି। 

      ସୁଲଗ୍ନା କହିଲା କିଏ ଫେରେଇ ଦେବ ମୋ ଇଜ୍ଜତ ଏ ଦୁନିଆ ନା ଏ ମଣିଷ। ``ଏଠି କେହି ନୁହଁ କାହାର କାମ ଥିଲେ ନିଜର କାମ ସରିଲେ ତୁମେ କିଏ।।। 


                ଦୁଷ୍ମନ୍ତ ବେହେରା
             ରାସୋଳ (ମୁଣ୍ଡିଆପଷି), ଢେଙ୍କାନାଳ
            ମୋ ନଂ-୯୯୩୭୬୫୨୫୦୪

Post a Comment

0 Comments