ଭୁଲ୍ କରିନି ମୁଁ କିଛି
କି କାହାରି କରିନି ମୁଁ କିଛି କ୍ଷତି।
ତଥାପି ବୁଝି ମୁଁ ପାରୁନି
କଣ ପାଇଁ ଏ ସ୍ଵାର୍ଥପର ମଣିଷ ଜାତି
କଲା ମୋର ବଡ଼ କ୍ଷତି।।
ମୋତେ ତ ମାରିବା ପାଇଁ
ଯାହାତ ଯୋଜନା କରିଲେ।
ମୋ ସହ ମୋର ପେଟେ ବଢୁଥିବା ଛୁଆ
କେଜାଣି ତାଙ୍କ ର କି ଦୋଷ ଯେ କଲା
ସେ ଦୁନିଆ କୁ ଆସିବା ପୂର୍ବରୁ
ତାକୁ ବିଦାୟ କରିଦେଲେ ଏ ଦୁନିଆରୁ।।
ଧନରେ ମୋତେ କ୍ଷମା ତୁ କରିବୁ
ଜାଣି ମୁଁ ନଥିଲି ଏ ମାନବ ସମାଜ
ଭୁଲି ଗଲାଣି ତା'ର ମାନବିକତା ବୋଲି।
ଶ୍ରେଷ୍ଠ ପ୍ରାଣୀ ସମାଜେ ବୋଲି
ଉପ୍ତାତ ହେଉଛି ଜଗତେ ଭାରି।।
ନିରିହ ହାତୀ ଟେ ମୁଁହି
କେଜାଣି କି ଭୁଲ୍ କଲି ମୁଁ ତାଙ୍କର
ମୋତେ ତ ମାରିବା ପାଇଁ
ସପୁରୀ ଭିତରେ ବୋମା ରଖିଲେ।।
ଖାଇବାକୁ ନ ପାଇ ତାକୁ ମୁଁ ଖାଇଲି
ନିଜେ ତ ମରିଲି ମୋ ସହ
ପେଟ ର ଛୁଆ କୁ ବି ମାରିଲି।
କେତେ କୋଠୋର ଏ ମନୁଷ୍ୟ ଜାତି
ହରେଇ ବସିଲାଣି ମାନବିକତା ଆଜି।।
ଦେବିପ୍ରିୟା ଦାସ୍

0 Comments