ବାପା - ସୁମନ୍ତ ବେହେରାଙ୍କ ରଚନାରୁ


ସରଗ ଠାରୁ ସେ ବିଶାଳ ଅଟନ୍ତି,
ପର୍ବତ ଠାରୁ ବି ଭାରି ।

ଆମ ପରିବାର ଦାୟୁତ୍ବ ନିଅନ୍ତି,
    ବାପା ଅଟେ ତାଙ୍କେ ମୋରି ।।


ପରିବାର ମଧ୍ୟେ ସମସ୍ୟା ଆସିଲେ,
     ତାଙ୍କେ ତ ଆଗରେ ରହି ।

ସମସ୍ୟା ସବୁ କୁ ଦୂରେଇ ଦିଅନ୍ତି,
     ଆମକୁ ସୁରକ୍ଷା ଦେଇ ।।


ନିଜେ ଦୁଃଖ କଷ୍ଟ ଆନନ୍ଦେ ଭୋଗନ୍ତି,
     ଆମରି ଆନନ୍ଦ ପାଇଁ ।

ଆମରି ମଙ୍ଗଳ କାମନା କରନ୍ତି,
      ଇଶ୍ୱର ପାଖକୁ ଯାଇ ।।


ସମାଜ ସଂସ୍କୃତି ପରମ୍ପରା ସବୁ,
     ଆମରି ମାନଙ୍କୁ କହି ।

ଭବିଷ୍ୟତ ଆମ ଗଠନ କରନ୍ତି,
     ଆମରି ଦାୟୁତ୍ବ ନେଇ ।।


ଆମ ପ୍ରତି ପିତା ଅଜାଡି ଦିଅନ୍ତି,
      ତାଙ୍କରି ଅଦୃଶ୍ୟ ପ୍ରେମ ।

ବାପା ଥିଲେ ମୋତେ ଘରଟି ଲାଗଇ,
     ସତେକି ବୈକୁଣ୍ଠ ଧାମ ।।


ସୁମନ୍ତ ବେହେରା
ହତାପୁର,
ପୁରୁଷୋତ୍ତମପୁର,ଗଞ୍ଜାମ

Post a Comment

0 Comments