ନିଦାଘ ର କରୁଣ ନିର୍ଯାତନା ଶେଷ କରି
ରବି ର ସେ ଅସହ୍ୟ ଯନ୍ତ୍ରଣା କୁ ଢାଙ୍କି ଦେବାପାଇଁ
ପୁରା କର ଆଶୟୀର ଆଶା
ଫେରି ଆସ ତୁମେ ବରଷା।।
ବିଞ୍ଛି ଦିଅ ତୁମ ଟୋପା ଟୋପା ବାରିଧାରା
ମଳୟ ସୁଅ ରେ ଭାସି ଆସୁ ମୌସୁମୀ
ରକ୍ତିମ ବର୍ଣ୍ଣ ରୁ ବିରାମ ନେଉ ସେ
ବୁଣି ଦିଅ ଅମୃତର ବାରି ଶିତଳୀ ଯାଉ ଧରା
ମତୁଆଲା ହେଇଉଠୁ ପାଇ ତାର ନିଶା
ଫେରି ଆସ ତୁମେ ବରଷା।।
ତୁମ ଆଗମନେ ଭରିଉଠେ
ଚତୁର୍ଦ୍ଦିଗେ ସବୁଜିମା ରାଜି
ଶିଖୀ , ମଣ୍ଡୁକ ସାଥେ ନାଚି ଉଠେ
ଏ ସାରା ଧରଣୀ
ଚାତକ ପରାୟେ ଚାହିଁଛି ଏ ରସା
ଫେରି ଆସ ତୁମେ ବରଷା।।
ପ୍ରିୟା ପଣତ କାନି ଆଢୁଆଲେ
ଭିଯିବାର ଆଶା ନେଇ
ରିମଝିମ୍ ଝରା ମେଘକୁ
ଅନେଇ ବସିଛି ମତୁଆଲା ହୋଇ
ଢାଳିଦିଅ ପିଆଲାରେ ନିଶା
ଫେରି ଆସ ତୁମେ ବରଷା
ଫେରି ଆସ ତୁମେ ବରଷା......
ଡୋଲାମଣି ସା
ଯୋଖିପାଲି, ବିଜେପୁର , ବରଗଡ଼
ମୋ - 8093642821


0 Comments