ସଂସାର ବନ୍ଧନ ସରଗ ସମାନ
ସହିବା ଗୁଣଟା ଲୋଡ଼ା
ଶ୍ରଦ୍ଧାର ଦୌଡ଼ି ଆଦରରେ ଭିଡି
ମନ ରଖିପାରେ ଯୋଡ଼ା।।
ନିଜେ କଷ୍ଟ ସହି ପରେ ସୁଖଦେଇ
ତ୍ୟାଗର ଭାବନା ଥିଲେ
ପରସ୍ପର ଠାରେ ସେନେହ ବାଣ୍ଟିଲେ
ପରମ ଆନନ୍ଦ ମିଳେ।।
ପିତା ମାତା ଆଉ ଗୁରୁ ଗୁରୁଜନ
ତାଙ୍କୁ ଦେଇ ସନମାନ
ପେଟ ଚିନ୍ହୁ ଥିବ ପିଠି ଦେଖୁଥିବ
କୋଳେଇ ରଖିବ ସାନ।।
ମାଗିବା ଆଗରୁ ଭେଟି ଦେଉଥିବ
ସବୁରି ମନକୁ ବୁଝି
କରମର ଫଳ ଧରମେ ମିଳଇ
କେହି ନପାରଇ ସୁଝି।।
ସଂସାରରେ ସାର ଭୁଜଗେନ୍ଦ୍ର ହାର
ସିଂହବାହିନୀ ପାର୍ବତୀ
ମୂଷିକେ ଗଣେଶ ମୟୁରେ କାର୍ତ୍ତିକ
ସଂସାର ବନ୍ଧନେ ଖ୍ୟାତି।।
ନିଜ ଦୁର୍ଗୁଣକୁ ସଂଯତରେ ରଖି
ପରଷିବ ସୁଧା ବାଣୀ
ବନ୍ଧନର ଡୋରି ସୁଦୃଢ ରହିବ
ମହାପୁରୁଷଙ୍କ ବାଣୀ ।।
ଜଳଧର ମହାପାତ୍ର
ରାଜତେଇ, ପିପିଲି, ପୁରୀ


0 Comments