ଅନନ୍ତ ଧରଣୀ ରୋୖଦ୍ରର ପ୍ରକୋପେ
ହନ୍ତ ସନ୍ତ ହେଉ ଥିଲା
ଆଦ୍ୟ ଅଷାଢ଼ରେ ବାଦଲ ଘୋଟିଲା
ଥଣ୍ଡା ପବନ ବହିଲା l1l
ବର୍ଷା ରାଣୀ ଆସେ ମେଘ ପାଲିଙ୍କିରେ
ଝରି ଗଲା ବୁନ୍ଦା ବୁନ୍ଦା
ଚଉଦିଗେ ବାଆ ଶୀତଳ ବହିଲା
ଲାଗେ ଭାରି ପ୍ରିତି ଛନ୍ଦା l2l
ବିଜୁଳି ହସିଲା ନୀଳ ଆକାଶରେ
ବାଦକ ବଜାଏ ବାଜା
ଘଡ଼ ଘଡି ଶବ୍ଦ କାନ ତଡା କରେ
ସାରୁ ବୁଦେ ବେଙ୍ଗ ରଜା l 3l
ଓଳିରୁ ଝରିଲା ଝର ଝର ପାଣି
ଫୋଟକା ତ ଅସୁମାରୀ
ମନ ନାଚି ଉଠେ ଫୋଟକାକୁ ଦେଖି
ହାତେ ଧରେ ସୁକୁମାରୀ l 4l
ନବ ପଲ୍ଲବରେ ପଲ୍ଲବିତ ହୁଏ
ଶୁଷ୍କ ଲତା ତରୁ ଗଣ
ସବୁଜିମା ହୁଏ ବସୁମତୀ ରାଣୀ
କୃଷକ ମନ ଉଚ୍ଛନ l 5l
କୃଷି କାମ କରେ ମନ ଆନନ୍ଦରେ
ହଳ ଲଙ୍ଗଳ ତା ସାଥି
ରୁଆ ପୋତା କରେ କ୍ଷେତକୁ ସଜାଡ଼େ
ଚାଷରେ ଯାଏ ସେ ମାତି 6l
ନଦୀ ପୋଖରୀରେ ପାଣି ପୁରି ଯାଏ
ଦିଶୁ ଥାଏ କି ସୁନ୍ଦର
ତଟିନୀର ପାଣି ସୁଅ ଧାର ଛୋଟେ
ମିଶିବ ଯାଇ ସାଗର l 7l
ବର୍ଷରେ ଫୁଟେ କଦମ୍ଭ କେତେକି
ନିଆଳି ମଧୁ ମାଳତୀ
ଲାଉ କଖରୁରେ ବାଡ଼ି ପୂରି ଉଠେ
ପରିବାରେ କେତେ ଜାତି l 8l
ବନ ଗହନରେ ମୟୂର ନାଚନ୍ତି
ପୁଛକୁ ମେଲାଇ ଦେଇ
ସାଧବ ବହୂଏ ନାଲି ଶାଢ଼ୀ ପିନ୍ଧି
ଚାଳୁଥାନ୍ତି ଧାଡ଼ି ହୋଇ l 9l
ଇନ୍ଦ୍ର ଧନୁ ଦିଶେ ପଶ୍ଚିମ ଆକାଶେ
ଏହାକି ସୁନ୍ଦର ସତେ
ସପ୍ତ ରଙ୍ଗ ଦିଶେ ଆକାଶ ମାର୍ଗରେ
ପିଲାଏ ଦେଖନ୍ତି କେତେ l 10l
ରିମ ଝିମ ବର୍ଷା ମନ ମୋହିନିଏ
ଝିଙ୍କାରିର ଝିଇଁ ଝିଇଁ ସ୍ୱର
ବର୍ଷାର ପରବ ଗହ୍ମା ରଥଯାତ୍ରା
ମନ ମୋହି ନିଏ ମୋର l 11l
ନଦୀ ବଢି ହେଲେ କ୍ଷୟ କ୍ଷତି ଘଟେ
ତଥାପି ମଙ୍ଗଳ କାରୀ
ବରଷା ବିହୁନେ ସୃଷ୍ଟି କି ରହିବ
ଅଧିକେ ପ୍ରଳୟ କାରୀ l 12l
ବାସନ୍ତୀ ଲତା ଜେନା
ନବରଙ୍ଗପୁର . Mo :8658655979


0 Comments