କରୋନା ଭୁତାଣୂ - ଅଶୋକ କୁମାର ପ୍ରଧାନଙ୍କ ରଚନାରୁ


କରୋନା ଭୁତାଣୁ ସାରା ବିଶ୍ବେ ଦେଖ
ବିସ୍ତାରିଛି ତାର କାୟା
ପିଲାଠାରୁ ବୁଢା ସଭିଏଁ ହେଲେଣି
ତାହାରି ପ୍ରଭାବେ ବାୟା।
ଚାଇନା,ଇଟାଲୀ,ଫ୍ରାନ୍ସ,ୟୃରୋପ
ସଭିଏଁ ଚକିଚ ଆଜି
ଭାରତ ଆସିକି କଲାଣି ଛାନିଆ
ନିଦ ଯାଇଅଛି ହଜି।
ସବୁରି ମନରେ କରୋନାର ଭୟ
ଡରାଉଛି ପ୍ରତିକ୍ଷଣେ
ସଂକ୍ରମିତ ହୋଇ ପ୍ରତି ସକାଳରେ
ମୃତ୍ୟୁ ହୁଏ ଜଣେ ଜଣେ।
ସଚେତନ ଆମେ ସଭିଏଁ ହେଇବା
ମାନିବା ନିୟମ କେତେ
ମନଖାତାପରେ ଲେଖିବା ସଭିଏଁ
ସଚେତନ ବାର୍ତ୍ତା ଯେତେ।
ସାବୁନରେ ହାତ ଧୋଇବା ସଭିଏଁ
ରଖିଥିବ ସଦା ମନେ
ମୁହଁରେ ମାସ୍କ ରୁମାଲ ବାନ୍ଧିବ
କହି ଯାଏ କାନେ କାନେ।
କାଶ ଛିଙ୍କ ଜ୍ବର ହୋଇଲେ କିଏ ବି
ନକରିବ ତିଳେ ହେଳା
ବୈଦ୍ୟ ପରାମର୍ଶ ନେବଟି ନିଶ୍ଚୟ
ନ ନେଲେ ବୁଡିବ ଭେଳା।
ନିଜ ହାତ ଦେହ ସଫା ରଖୁଥିବ
ପରିବେଶ ସଫା ରଖି
ବାର ବାର ହାତ ଜମା ନ ମାରିବ
ନାକ,ପାଟି, ଆଉ ଆଖି।
ଆଲିଙ୍ଗନ ଛାଡି ନମସ୍ତେ କହିବ
ମୋ ଦେଶ ସଂସ୍କୃତି ଏହି
ହାତ ମିଶା ମିଶି କରିବନି କେହି
କରୋନା ଆସିବ ଡେଇଁ।
ଜନ ଗହଳିକୁ ନ ଯିବରେ କେହି
ଭୋଜିଭାତ ଯାନିଯାତେ
ଗୃହେ କର୍ମସ୍ଥଳେ ଖୁସିରେ ରହିବା
ମିତ ବସି ସର୍ବ ସାଥେ।
ସ୍ବଚ୍ଛ ପରିବେଶ ଭୂତାଣୁ ଆୟୂଷ
ନିଶ୍ଚୟ କରିବେ ନାଶ
କରୋନା ଦାଉରୁ ମୁକୁଳି ଜନତା
ମୁଖରେ ଫୁଟିବ ହସ।

ଅଶୋକ କୁମାର ପ୍ରଧାନ
ରୋହିଗାଁ,ଗଞ୍ଜାମ
ମୋ-୮୨୪୯୧୧୯୧୩୦

Post a Comment

0 Comments