ବର୍ଷା - ନନ୍ଦିନୀ ଡୁଡୁକାଙ୍କ ରଚନାରୁ



କାହିଁ କେଉଁ ଅଦମ୍ୟ ଉତ୍ସାହରେ

ଗଛ ଲତାର କୋରଡରୁ

ଶୀତଳ ପବନ ନେଇ 

ଝରିପଡ଼ ତୁମେ ବର୍ଷା ର ଧାରା ।

ଏଇ ପୃଥିବୀ ମାତାକୁ ଭିଜେଇ ଦେଇ

ମୟୂରୀର ସ୍ୱରରେ ଗୀତ ଗାଇ

ନାଚୀ ଆସ ଚାତକ ପକ୍ଷୀକୁ ତୃପ୍ତ କରିବାକୁ ।

କୁଆରୀ ମନର ଯୌବନକୁ ଛୁଇଁ ଦେଇ

ମନରେ ଗୁଞ୍ଜରଣ ସୃଷ୍ଟି କରି

ଆସ ତୁମେ ପୃଥିବୀକୁ ଓହ୍ଲାଇ ।

ଅତିତର ସ୍ମୃତିକୁ ପୁନରାବୃତ୍ତି କରି

ନୂତନ ଆଶାର ସଂଚାର ଖେଳାଅ 

ସଭିଙ୍କର ମନରେ ।

ମଉଲି ପଡିଥିବା ବୃକ୍ଷ ଲତାର ମଧ୍ୟରେ

ସିହରଣ ଖେଳାଇ 

ଗୁରୁ ଗମ୍ଭୀର ସ୍ୱରରେ

ଗୁଞ୍ଜରଣ ସୃଷ୍ଟି କରି

ଆସତୁମେ ଓହ୍ଲାଇ ।

ତୁମରି ବର୍ଷାର ଛିଟାରେ 

ଧୋଇ ହୋଇଯାଏ 

ବିରହି ଆଖିର ଦି ଟୋପା ଅଶ୍ରୁର ଧାର ।

ଚାଷୀ ଖୁସି ମନରେ ନାଚେ 

ଆଗାମୀ ଭବିଷ୍ୟତ ପାଇଁ

ଯୋଗାଡିବାକୁ ଦି ମୁଠା ଅନ୍ନ ।

ଜମିକୁ ଚଷି ଦିନରାତି ଏକାକାର କରି

କ୍ଷେତରେ ଫଳାଇବାକୁ ଧାନ ।


ନନ୍ଦିନୀ ଡୁଡୁକା
ଧାରୋଲ ମାଣ୍ଡୋସିଲ
ଜିଲ୍ଲା ବରଗଡ଼

Post a Comment

0 Comments